ନୀତିଶଙ୍କ ସହ ଦୁଇ ଉପ -ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
ବିହାରରେ ନୀତୀଶ କୁମାର ପୁଣି ଥରେ ଏନଡିଏ ସହିତ ସରକାର ଗଠନ କରିଛନ୍ତି । ନୂତନ ଏନଡିଏ ସରକାର ଶପଥ ଗ୍ରହଣ କରିବା ମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଏକ୍ସ ରେ କହିଛନ୍ତି ଯେ ବିହାରରେ ଗଠିତ ଏନଡିଏ ସରକାର ରାଜ୍ୟର ବିକାଶ ତଥା ଲୋକଙ୍କ ଆକାଂକ୍ଷା ପୂରଣ ପାଇଁ କାର୍ଯ୍ୟ କରିବ ।

ନୀତୀଶ ପୁଣିଥରେ ଏନଡିଏ ସହିତ ସରକାର ଗଠନ କରିଛନ୍ତୁ । ସୂଚନାଯୋଗ୍ୟ ଯେ ନୀତୀଶ କୁମାର ରବିବାର ଦିନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସନ୍ଧ୍ୟାରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ନବମ ଥର ବିହାରର ମୁଖ୍ୟମନ୍ତ୍ରୀ ଭାବରେ ନୀତୀଶ କୁମାର ଶପଥ ଗ୍ରହଣ କରିଛନ୍ତି। ସେ ପୁଣି ଥରେ ଏନଡିଏ ସହିତ ସରକାର ଗଠନ କରିଛନ୍ତି । ନୀତୀଶଙ୍କ ବ୍ୟତୀତ ଅନ୍ୟ 8 ମନ୍ତ୍ରୀ ମଧ୍ୟ ଆଜି ସନ୍ଧ୍ୟାରେ ରାଜ ଭବନରେ ଶପଥ ନେଇଛନ୍ତି । ଏଥିମଧ୍ୟରୁ ତିନିଜଣ ମନ୍ତ୍ରୀ ବିଜେପି ଏବଂ ଜେଡିୟୁ ଏବଂ ଜଣେ ମନ୍ତ୍ରୀ ହାମ ପାର୍ଟିର ଏବଂ ଜଣେ ସ୍ୱାଧୀନ ।












Click it and Unblock the Notifications