ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାଇପ୍ରସ ସରକାରଙ୍କ ସର୍ବୋଚ୍ଚ ସମ୍ମାନ
ଅପରେସନ୍ ସିନ୍ଦୂର ପରେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବିଦେଶ ଗସ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାନାଡାରେ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବେ। ନିଜ୍ଜର ଘଟଣାକୁ ନେଇ ଭାରତ ଓ କାନାଡା ମଧ୍ୟରେ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା। ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧାରିବାରେ ସହାୟକ ହେବ ବୋଲି କାନାଡାରେ ରହୁଥିବା ଭାରତୀୟ ସମୁଦାୟ ଆଶା ରଖିଛନ୍ତି । କାଲଗାରା ରେ ଭାରତୀୟ ସମୁଦାୟ ମୋଦିଙ୍କ ଆଗମନକୁ ନେଇ ଉତ୍ସାହିତ ।

ମୋଦୀଙ୍କ ଗସ୍ତ ସାଇପ୍ରସ୍, କାନାଡା ଓ କ୍ରୋଏସିଆକୁ ନେଇ ଏକ ତିନି ଦେଶ ଗସ୍ତର ଅଂଶ। ସାଇପ୍ରସ୍ରେ ମୋଦି ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୁଲିଡେସ୍ଙ୍କ ସହ ଆଲୋଚନା କରିଛନ୍ତି । କାନାଡାରେ ପ୍ରଧାନମନ୍ତ୍ରୀ ମାର୍କ କାର୍ନେଙ୍କ ଆମନ୍ତ୍ରଣରେ ଜି-୭ରେ ଯୋଗ ଦେବେ । ଏହି ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଯୋଗାଣ ଶୃଙ୍ଖଳା, ଶକ୍ତି ସୁରକ୍ଷା ଓ ଅନ୍ତର୍ଜାତୀୟ ଅପରାଧ ନିୟନ୍ତ୍ରଣ ଭଳି ବିଷୟ ଉପରେ ଆଲୋଚନା ହେବ। ମୋଦୀ କ୍ରୋଏସିଆ ଗସ୍ତ ମଧ୍ୟ କରିବେ, ଯାହା ଏକ ଐତିହାସିକ ଘଟଣା ହେବ ।












Click it and Unblock the Notifications