ମହିଳାଙ୍କ ପାଇଁ ମୋଦିଙ୍କ ଏହି ସ୍ୱତନ୍ତ୍ର ଯୋଜନା, ମିଳୁଛି ୬ହଜାର ଟଙ୍କା, ଏଥିରେ ଆପଣ ହୋଇପାରିବେ କି ସାମିଲ?
ନୂଆଦିଲ୍ଲୀ:ମହିଳାମାନଙ୍କ ଉନ୍ନତି ପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଯୋଜନା ଚଳାଉଛନ୍ତି । ମହିଳାଙ୍କ ଉନ୍ନତି ପାଇଁ ସରକାର ୬ ହଜାର ଟଙ୍କା ଦେଉଛନ୍ତି । ଏହି ଯୋଜନାର ନାମ ହେଉଛି ମାତୃତ୍ୱ ବନ୍ଦନା ଯୋଜନା ।
ମହିଳାଙ୍କ ଉନ୍ନତି ପାଇଁ କେନ୍ଦ୍ର ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳାଙ୍କ ଉନ୍ନତି ପାଇଁ ଅଧିକ ସକ୍ରିୟ ଥିବା ଜଣାପଡିଛି । ସରକାର ଭିବିନ୍ନ ଯୋଜନା ମାଧ୍ୟମରେ ମହିଳାମାନଙ୍କର ବିକାଶ ତଥା ସଶକ୍ତିକରଣ ପାଇଁ ନିରନ୍ତର ଚେଷ୍ଟା କରୁଛନ୍ତି । ଆଜି ଦେଶ ତଥା ରାଜ୍ୟରେ ଏପରି ଅନେକ ଯୋଜନା ରହିଛି ଯାହା କେବଳ ମହିଳାମାନଙ୍କୁ ଆରାମ ପ୍ରଦାନ କରେ ନାହିଁ ବରଂ ସେମାନଙ୍କୁ ଆର୍ôଥକ ଦୃଷ୍ଟିରୁ ମଧ୍ୟ ଶକ୍ତିଶାଳୀ କରିଥାଏ ।
ଏହି ସମ୍ବାଦରେ ଆମେ ଏକ ଯୋଜନା ବିଷୟରେ କହିବୁ ଯାହା ମହିଳାମାନଙ୍କ ପାଇଁ ଲାଭଦାୟକ ଅଟେ । ମହିଳାଙ୍କ ଉନ୍ନତି ପାଇଁ କେନ୍ଦ୍ର ସରକାର ୬ ହଜାର ଟଙ୍କା ଦେଉଛନ୍ତି । ଏଭଳି ପରିସ୍ଥିତିରେ ଆପଣଙ୍କ ମନରେ ଏକ ପ୍ରଶ୍ନ ଆସିବ ଯେ କେଉଁ ମହିଳାମାନେ ଏହି ଯୋଜନାର ଲାଭ ଉଠାଇବାକୁ ଯୋଗ୍ୟ ଏବଂ ଯେଉଁମାନେ ଯୋଗ୍ୟ ଅଟନ୍ତି ସେମାନେ କିପରି ଆବେଦନ କରିବେ?
ଗର୍ଭବତୀ ଥିବା ମହିଳାମାନଙ୍କ ପାଇଁ ମୋଦି ସରକାର ଏହି ଯୋଜନା ଚଳାଉଛନ୍ତି । ଗର୍ଭବତୀ ମହିଳାମାନଙ୍କୁ ସରକାର ୬,୦୦୦ ଟଙ୍କା ଆର୍ôଥକ ସହାୟତା ପ୍ରଦାନ କରୁଛନ୍ତି । ଏହି ଟଙ୍କା ସିଧାସଳଖ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଥାଏ । ଆସନ୍ତୁ ଆପଣଙ୍କୁ କହିବା ଯେ ଏହି ଟଙ୍କା କେବଳ ସେହି ମହିଳାଙ୍କ ଆକାଉଣ୍ଟକୁ ଯିବ ଯେଉଁମାନେ ଏହା ପାଇଁ ଯୋଗ୍ୟ ଅଟନ୍ତି । ପୁଷ୍ଟିହୀନ ଶିଶୁ ଜନ୍ମ ହେବାର ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ମାତୃ ବନ୍ଦନା ଯୋଜନା ଆରମ୍ଭ କରିଛନ୍ତି ।













Click it and Unblock the Notifications