ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ୧୧ ଦିନିଆ ବ୍ରତ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ

ଅଯୋଧ୍ୟା: ପ୍ରଭୁ ଶ୍ରୀରାମ ଆସିଲେ ଅଯୋଧ୍ୟା । ବିରାଜମାନ କରିଲେ ଭବ୍ୟ ରାମ ମନ୍ଦିରରେ । ଦୀର୍ଘ ୫୦୦ ବର୍ଷର ଅପେକ୍ଷାର ହେଲା ଅନ୍ତ । ଶୁଭ ମୁହୂର୍ତ୍ତରେ ହେଲା ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା । ଗର୍ଭଗୃହରେ ପ୍ରତିଷ୍ଠା ହୋଇଛନ୍ତି ଶ୍ରୀରାମ ଲଲା ।ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯଜମାନରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଟା ସମ୍ପନ୍ନ ହୋଇଛି । ସୁନା ବେଶରେ ରାମଲଲାଙ୍କ ମନୋରମ ଛବି କେବଳ ଦେଶର ନୁହେଁ ସାରା ବିଷ୍ୱ ବାସୀଙ୍କ ମନ ମୋହୁଛି ।

ରାମ ଲଲାଙ୍କ 'ପ୍ରାଣ ପ୍ରତିଷ୍ଠା' ସମାରୋହ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନିଜର ୧୧ ଦିନର ଉପବାସ ଭାଙ୍ଗିଛନ୍ତି । ଗୋବିନ୍ଦ ଦେବ ଗିରି ମହାରାଜ ତାଙ୍କୁ 'ଚରଣାମୃତ' ଖୁଆଇ ପ୍ରଧାନନ୍ତ୍ରୀ ମୋଦୀଙ୍କ ଉପବାସ ଭଙ୍ଗ କରିଛନ୍ତି । ମୋଦୀ ତାଙ୍କର ୧୧ ଦିନିଆ ଉପବାସକୁ ସଫଳତାର ସହ ସମାପ୍ତ କରିଥିବାରୁ ଗୋବିନ୍ଦ ଦେବ ଗିରି ମହାରାଜ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭକ୍ତିକୁ ପ୍ରଶଂସା କରିଛନ୍ତି । ଜାନୁଆରୀ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଥିଲେ ଯେ ଅଯୋଧ୍ୟାରେ ରାମଲଲାଙ୍କ ସମର୍ପଣ ସମାରୋହ ପର୍ଯ୍ୟନ୍ତ ସେ ୧୧ ଦିନିଆ ସ୍ୱତନ୍ତ୍ର ବ୍ରତ ରଖିବେ ।

PM Modi breaks fasting

ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଆଗରୁ ୧୧ ଦିନିଆ ବ୍ରତ ରଖିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୈନିକ ଗୋଟାଏ 'ବିଶେଷ ମନ୍ତ୍ର' ପାଠ କରୁଥିଲେ । ପ୍ରାପ୍ତ ସୂଚନା ଅନୁସାରେ, ଅଧ୍ୟାତ୍ମିକ ଜଗତ୍ ସହିତ ଜଡ଼ିତ ଜଣେ ମହାପୁରୁଷଙ୍କଠାରୁ ପ୍ରଧାନମନ୍ତ୍ରୀ ଏହି ମନ୍ତ୍ର ଗ୍ରହଣ କରିଥିଲେ ।

ସେଥିପାଇଁ ସେ ପ୍ରତିଦିନ ବ୍ରାହ୍ମ ମୁହୂର୍ତ୍ତରେ ୧ ଘଣ୍ଟା ୧୧ ମିନିଟ୍ ଧରି ଏହି ମନ୍ତ୍ର ଜପ କରି ଆସୁଥିଲେ । ୧୧ ଦିନିଆ ବ୍ରତ ସକାଶେ ମନ୍ତ୍ରଟି ବେଶ୍ ମହତ୍ତ୍ୱପୂର୍ଣ୍ଣ ରହିଥିଲା । ସୂଚନାନୁସାରେ ଏହି ବ୍ରତ ରଖିବା କାରଣରୁ ପ୍ରାଧନମନ୍ତ୍ରୀ କେବଳ ନଡ଼ିଆ ପାଣି ପିଉଥିଲେ । ଆଉ ଘରର ଚଟାଣରେ କେବଳ କଂବଳ ବିଛାଇ ସୋଉଥିଲେ ।

ପ୍ରଧାନମନ୍ତ୍ରୀ ଏପର୍ଯ୍ୟନ୍ତ କୌଣସି ଖାଦ୍ୟ ଗ୍ରହଣ କରିନଥିଲେ । ବିଧି ନିୟମକୁ ପାଳନ କରିବା ଅତ୍ୟନ୍ତ କଷ୍ଟକର ବୋଲି ସାଧାରଣତଃ କୁହା ଯାଏ । ଏହି କଠିନ ନିୟମ ମାନିବା ସହିତ ପ୍ରଧାନମନ୍ତ୍ରୀ ତାଙ୍କର ସରକାରୀ କାର୍ଯ୍ୟ ମଧ୍ୟ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+