ଜି-୭ ପରିପ୍ରେକ୍ଷୀରେ ମେକ୍ସିକୋ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କାନାଡ଼ାର କାନନାସକିସରେ ଜି-୭ ବୈଠକ ପରିପ୍ରେକ୍ଷୀରେ ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେନବମ ପର୍ଦ୍ଦୋଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାକ୍ଷାତ କରିଛନ୍ତି । ଏହା ହେଉଛି ଏହି ଦୁଇ ଦେଶ ନେତାଙ୍କର ପ୍ରଥମ ସାକ୍ଷାତ । ଐତିହାସିକ ବିପୁଳ ବିଜୟ ଲାଗି ମେକ୍ସିକୋ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ଅଭିବାଦନ ଜ୍ଞାପନ କରିଛନ୍ତି ।

ଆତଙ୍କବାଦ ବିରୁଦ୍ଧରେ ଲଗାତର ଲଢେଇ ଲାଗି ମେକ୍ସିକୋ ପାଖରୁ ସହାୟତା ମିଳୁଥିବାରୁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଭାରତ ଓ ମେକ୍ସିକୋ ଭିତରେ ଐତିହାସିକ ବନ୍ଧୁତା ଉପରେ ଗୁରୁତ୍ୱ ଦେଇ ବାଣିଜ୍ୟ, ପୁଞ୍ଜି ନିବେଶ, ଷ୍ଟାର୍ଟ ଅପ, ଆବିଷ୍କାର, ବିଜ୍ଞାନ ଓ ପ୍ରଯୁକ୍ତି ପରି ଅନେକ କ୍ଷେତ୍ରରେ ଦୁଇ ଦେଶ ମିଳିତ ଭାବେ କାମ କରିବେ ବୋଲି ରାଜି ହୋଇଛନ୍ତି ।

Prime Minister meets President of Mexico

ଉପକୂଳ ବାଣିଜ୍ୟ ସହ ଫାର୍ମାସିଟ୍ୟୁକାଲ, କୃଷି, ସ୍ୱାସ୍ଥ୍ୟ ପରି ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଦୁଇ ନେତା ଆଲୋଚନା କରିଥିଲେ । ବିଶେଷକରି ଫାର୍ମାସିଟ୍ୟୁକାଲ କ୍ଷେତ୍ରରେ ମେଡିସିନ ତିଆରି କରିବାଠାରୁ ବିତରଣ ଯାଏ ଭାରତ ସହଯୋଗ କରିବ ବୋଲି ଆଲୋଚନା କରାଯାଇଥିଲା । କୃଷି ଓ ସ୍ୱାସ୍ଥ୍ୟ ଉପରେ ବି ଦୁଇ ନେତା ଦୀର୍ଘ ସମୟ ଧରି କଥା ହୋଇଥିଲେ ।

ଭାରତର ପ୍ରଯୁକ୍ତି ବିଦ୍ୟା, ଆବିଷ୍କାର, ଡିଜିଟାଲ ପ୍ଲାଟଫର୍ମକୁ ପ୍ରଶଂସା କରି ଆଗାମୀ ଦିନରେ ଏସବୁ କ୍ଷେତ୍ରରେ ସହଭାଗିତା ବଢିବ ବୋଲି ମେକ୍ସିକୋ ରାଷ୍ଟ୍ରପତି କହିଥିଲେ । ସେମି କଣ୍ଡକ୍ଟର, ଏଆଇ, କ୍ୱାଂଟମ, ବିରଳ ଖଣିଜ ପଦାର୍ଥ ପରି କ୍ଷେତ୍ରରେ ଉଭୟ ଦେଶ ଭିତରେ ବିଭିନ୍ନ ଦିଗ ଉନ୍ମୋଚନ କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । କଳା, ସଂସ୍କୃତି, ପର୍ଯ୍ୟଟନ ପରି କ୍ଷେତ୍ରରେ ଉଭୟ ଦେଶର ଲୋକଙ୍କ ଭିତରେ ଭାବ ବିନିମୟ ହେଲେ ଦୁଇ ଦେଶ ଭିତରେ ସମ୍ପର୍କ ଆହୁରି ମଜଭୂତ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ।

ବିଭିନ୍ନ ଦ୍ୱିପାକ୍ଷିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା କରି ୨୦୧୬ରେ ତାଙ୍କ ମେକ୍ସିକୋ ଭ୍ରମଣ ଅନୁଭୂତି ପ୍ରଧାନମନ୍ତ୍ରୀ ବଖାଣିଥିଲେ । ଆଗାମୀ ଦିନରେ ଭାରତ ଆସିବାକୁ ମେକ୍ସିକୋ ରାଷ୍ଟ୍ରପତି ଶେନବଉମଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମନ୍ତ୍ରଣ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+