କଥା ଦେଇଥିଲେ ପ୍ରଧାନମନ୍ତ୍ରୀ, ଭାରତରୁ ଆଫଗାନିସ୍ଥାନକୁ ଗଲା ରିଲିଫ ସାମଗ୍ରୀ
ଭାରତ ଆଫଗାନିସ୍ତାନର ପ୍ରକୃତ ବନ୍ଧୁ। ଏହା ପୁଣିଥରେ ପ୍ରମାଣିତ ହୋଇଛି। ଆଫଗାନିସ୍ତାନରେ ହୋଇଥିବା ଭୟଙ୍କର ଭୂମିକମ୍ପ ପରେ ଭାରତ ପୁଣି ଥରେ ପ୍ରଥମେ ସାହାଯ୍ୟର ହାତ ବଢ଼ାଇଛି । ଭୂମିକମ୍ପ ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ଭାରତ ରିଲିଫ୍ ସାମଗ୍ରୀ ପଠାଇବା ଆରମ୍ଭ କରିଛି। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏ ବିଷୟରେ ସୂଚନା ଦେଇଛନ୍ତି।ବୈଦେଶିକ ମନ୍ତ୍ରୀ ଜୟଶଙ୍କର ତାଙ୍କର ଆଫଗାନିସ୍ତାନ ପ୍ରତିପକ୍ଷ ଆମିର ଖାନ ମୁତାକିଙ୍କୁ ଆହୁରି ଯୋଗାଣ ପାଇଁ ଆଶ୍ୱାସନା ଦେଇଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଲେଖିଛନ୍ତି, 'ଭୂମିକମ୍ପ ପୀଡିତଙ୍କ ପାଇଁ ପଠାଯାଇଥିବା ଭାରତର ରିଲିଫ୍ ସାମଗ୍ରୀ ଆକାଶ ମାର୍ଗରେ କାବୁଲରେ ପହଞ୍ଚିଛି। ଯେଉଁଥିରେ କମ୍ବଳ, ତମ୍ବୁ, ସ୍ୱାସ୍ଥ୍ୟ କିଟ୍, ପାଣି ସଂରକ୍ଷଣ ଟ୍ୟାଙ୍କ, ଜେନେରେଟର, ରୋଷେଇ ଘର ପାଇଁ ଉପକରଣ,ପୋର୍ଟେବଲ୍ ୱାଟର ପ୍ୟୁରିଫାୟର, ସ୍ଲିପିଂ ବ୍ୟାଗ, ଅତ୍ୟାବଶ୍ୟକ ଔଷଧ, ହ୍ୱିଲଚେୟାର, ହ୍ୟାଣ୍ଡ ସାନିଟାଇଜର, ଜଳ ବିଶୋଧନ ଟାବଲେଟ୍, ORS ଦ୍ରବଣ ଏବଂ ଚିକିତ୍ସା ପାଇଁ ଉପଯୁକ୍ତ ସାମଗ୍ରୀ ଅନ୍ତର୍ଭୁକ୍ତ। ମୋଟ ୨୧ ଟନ୍ ରିଲିଫ୍ ସାମଗ୍ରୀ ପଠାଯାଇଛି।
ସେ ଆହୁରି କହିଛନ୍ତି ଯେ ଭାରତ ଆଫଗାନିସ୍ତାନର ପରିସ୍ଥିତି ଉପରେ ନଜର ରଖିଛି ଏବଂ ଆଗାମୀ ଦିନରେ ଅଧିକ ରିଲିଫ୍ ସାମଗ୍ରୀ ପଠାଯିବ।












Click it and Unblock the Notifications