ସମାଧି ନେଲେ ଜୈନ ମୁନି ବିଦ୍ୟାସାଗର, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି
ପ୍ରସିଦ୍ଧ ଜୈନ ସାଧୁ ବା ମୁନି ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କ ପରଲୋକ ଘଟିଛି । ଶନିବାର ବିଳମ୍ବିତ ରାତିରେ ଦେହତ୍ୟାଗ କରିଛନ୍ତି ମୁନି ବିଦ୍ୟାସାଗର। ଛତିଶଗଡ଼ର ଡୋଙ୍ଗରଗଡର ଚନ୍ଦ୍ରଗିରିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ମୁନି ବିଦ୍ୟାସାଗର । ଏହାପୂର୍ବରୁ ସେ ଆଚାର୍ଯ୍ୟ ପଦରୁ ଇସ୍ତଫା ଦେଇଥିଲେ ଏବଂ ତିନି ଦିନ ପର୍ଯ୍ୟନ୍ତ ଉପବାସ ଓ ନିରବତା ପାଳନ କରିଥିଲେ। ତିନି ଦିନ ଉପବାସ କରିବା ପରେ ସେ ନିଜ ଶରୀର ଛାଡିଥିଲେ ।

ତାଙ୍କ ସମାଧି ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି, "ଆଚାର୍ଯ୍ୟ ଶ୍ରୀ 108 ବିଦ୍ୟାସାଗର ଜୀ ମହାରାଜଙ୍କ ଦେହାନ୍ତ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି। ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକ ଜାଗରଣ ପାଇଁ ତାଙ୍କର ମୂଲ୍ୟବାନ ଉଦ୍ୟମ ସବୁବେଳେ ସ୍ମରଣୀୟ ହୋଇ ରହିବ। ସେ ଜୀବନସାରା ଦାରିଦ୍ର ଦୂରୀକରଣ ସହ ଜଡିତ ଥିଲେ। ସମାଜରେ ସ୍ୱାସ୍ଥ୍ୟ ଏବଂ ଶିକ୍ଷାକୁ ପ୍ରୋତ୍ସାହିତ କରିବାରେ ମଧ୍ୟ ନିୟୋଜିତ ।
आचार्य श्री 108 विद्यासागर जी महाराज जी का ब्रह्मलीन होना देश के लिए एक अपूरणीय क्षति है। लोगों में आध्यात्मिक जागृति के लिए उनके बहुमूल्य प्रयास सदैव स्मरण किए जाएंगे। वे जीवनपर्यंत गरीबी उन्मूलन के साथ-साथ समाज में स्वास्थ्य और शिक्षा को बढ़ावा देने में जुटे रहे। यह मेरा… pic.twitter.com/mvJJPbiiwM
— Narendra Modi (@narendramodi) February 18, 2024
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ମୋର ସୌଭାଗ୍ୟ ଯେ ମୁଁ ତାଙ୍କ ଆଶୀର୍ବାଦ ଗ୍ରହଣ ଜାରି ରଖିଛି। ଗତ ବର୍ଷ ଛତିଶଗଡର ଚନ୍ଦ୍ରଗିରି ଜୈନ ମନ୍ଦିରରେ ତାଙ୍କ ସହ ମୋର ସାକ୍ଷାତ ମୋ ପାଇଁ ସ୍ମରଣୀୟ ହେବ। ତା'ପରେ ମୁଁ ଆଚାର୍ଯ୍ୟ ଜୀ ଙ୍କ ଠାରୁ ବହୁତ ପ୍ରେମ ଏବଂ ଆଶୀର୍ବାଦ ପାଇଥିଲି | ସମାଜରେ ତାଙ୍କର ଅପୂର୍ବ ଅବଦାନ ଦେଶର ପ୍ରତ୍ୟେକ ପିଢିକୁ ପ୍ରେରଣା ଯୋଗାଇବ ।












Click it and Unblock the Notifications