ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ କଲେ ପ୍ରଧାନମନ୍ତ୍ରୀ

ଉପରାଷ୍ଟ୍ରପତି ପଦ ପାଇଁ ଆରମ୍ଭ ହେଲା ମତଦାନ। ପ୍ରଥମେ ସଂସଦ ଭବନରେ ପହଞ୍ଚି ମତଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ଉପରାଷ୍ଟ୍ରପତି ପଦ‌ରୁ ଜଗଦୀପ ଧନଖଡ଼ ଇସ୍ତଫା ଦେବାର ପ୍ରାୟ ୨ ମାସ ପରେ ଆଜି ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ଏନ୍‌ଡିଏ ପକ୍ଷରୁ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିରୋଧୀ ଇଣ୍ଡି ମେଣ୍ଟ ପକ୍ଷରୁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି ସୁଦର୍ଶନ ରେଡ୍ଡୀ ପ୍ରାର୍ଥୀ ହୋଇଛନ୍ତି। ତେବେ ୧୦ଟାରେ ମତଦାନ ଆରମ୍ଭ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଭୋଟ୍ ଦେଇ ସଂସଦ ଭବନରୁ ବାହାରୁଥିବା ଦେଖାଯାଇଛି। ଏହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।

modi

ଭୋଟ୍ ଦେବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଜାବ ଏବଂ ହିମାଚଳ ପ୍ରଦେଶର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ ପାଇଁ ଯିବେ। ତେବେ ଆଜି ପୂର୍ବାହ୍ଣ ୧୦ଟାରେ ଭୋଟଦାନ ଆରମ୍ଭ ହୋଇଥିବା ବେଳେ ଏହି ପ୍ରକ୍ରିୟା ସନ୍ଧ୍ୟା ୫ଟାରେ ଶେଷ ହେବ। ସନ୍ଧ୍ୟା ୬ଟାରେ ଭୋଟ ଗଣତି ହେବ। ବିଜୟୀ ପ୍ରାର୍ଥୀ ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ହେବେ। ସେ ମଧ୍ୟ ରାଜ୍ୟସଭାର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସାଂସଦମାନେ ‌ଗୋପନ ବାଲଟ୍‌ ଜରିଆରେ ଭୋଟ ଦେବେ। ଇଚ୍ଛା ଅନୁଯାୟୀ ଭୋଟ ଦେବାର ସ୍ବାଧୀନତା ସାଂସଦମାନଙ୍କର ରହିଥିଲେ ମଧ୍ୟ ସେମାନେ ସାଧାରଣତଃ ଦଳୀୟ ଆଧାରରେ ‌ମତଦାନ କରିଥାନ୍ତି। ‌ଗୋପନ ବାଲଟ୍ ଜରିଆ ଭୋଟ ହେଉଥିବାରୁ କ୍ରସ ଭୋଟିଂ ଆଶଙ୍କା ବି ରହିଛି।

ତେବେ ନିର୍ବାଚନ ସମୟରେ ଏନ୍‌ଡିଏ ପକ୍ଷରୁ କିରଣ ରିଜିଜୁ, ଶ୍ରୀକାନ୍ତ ସିନ୍ଦେ ଏବଂ ରାମମୋହନ ନାଇଡ଼ୁଙ୍କୁ ପୋଲିଂ ଏଜେଣ୍ଟ ରହିବେ। ସେହିଭଳି ବିରୋଧୀଙ୍କ ପକ୍ଷରୁ ନାସିର ହୁସେନ, ମାଣିକମ ‌ଟାଗୋର ଏବଂ ଶକ୍ତିସିଂହ ଗୋହିଲଙ୍କୁ ‌ପୋଲିଂ ଏଜେଣ୍ଟେ ଭାବେ କାର୍ଯ୍ୟ କରିବେ। ସବୁ ଭୋଟ ଯେଭଳି ବୈଧ ରହିବ ସେଥିପାଇଁ ଉଭୟ ପକ୍ଷରୁ ସାଂସଦମାନଙ୍କୁ ତାଲିମ ଓ ମକ୍‌ ପୋଲିଂ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ବିଜେଡି ଏବଂ ତେଲେଙ୍ଗାନାର ବିଆର୍‌ଏସ୍‌ ଭୋଟଦାନରୁ ବିରତ ରହି‌ବେ ବୋଲି ଘୋଷଣା କରିସାରିଛନ୍ତି। ଆପ୍‌ ସାଂସଦ ସ୍ବାତୀ ମାଲିୱାଲଙ୍କର ସଂପର୍କ ଦଳ ସହିତ ବର୍ତ୍ତମାନ ଭଲ ନାହିଁ। ତେଣୁ ତାଙ୍କ ଭୋଟ ଉପରେ ନଜର ରହିଛି। ଲୋକସଭାରେ ୭ ଜଣ ସ୍ବାଧୀନ ସାଂସଦ ମଧ୍ୟ ରହିଛନ୍ତି। ସେମାନେ କେଉଁ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବେ‌ ତାହା ସ୍ପଷ୍ଟ ହୋଇନାହିଁ।‌ ତେଣୁ ଗଣିତରେ କିଛିଟା ଏପଟସେପଟ ହୋଇପାରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+