ଫ୍ରାନ୍ସରରେ ନବନିର୍ମିତ ଭାରତୀୟ ଦୂତାବାସକୁ ମିଳିତ ଭାବେ ଉଦ୍‍ଘାଟନ କଲେ ପ୍ରଧାନମନ୍ତ୍ରୀ ଓ ଫ୍ରାନ୍ସ ରାଷ୍ଟ୍ରପତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ଆଜି ମିଳିତ ଭାବେ ମାର୍ସେଲିଠାରେ ନବନିର୍ମିତ ଭାରତୀୟ ଦୂତାବାସକୁ ଉଦ୍‌ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ମାକ୍ରୋନ୍‌ଙ୍କ ଦ୍ୱାରା ଦୂତାବାସ୍ ଉଦ୍‌ଘାଟନ ଭାରତ ଏବଂ ଫ୍ରାନ୍ସ ଦ୍ୱିପାକ୍ଷିକ ସମ୍ପର୍କରେ ଏକ ଐତିହାସିକ ଘଟଣା।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଉଦ୍‍ଘାଟନୀ ଉତ୍ସବରେ ରାଷ୍ଟ୍ରପତି ମାକ୍ରୋନଙ୍କ ଉପସ୍ଥିତିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଉଭୟ ନେତା ମିଳିତ ଭାବେ ଆଜି କାଡାରାଚେସ୍ଥିତ ଅନ୍ତର୍ଜାତୀୟ ଥର୍ମୋନ୍ୟୁକ୍ଲିୟର ରିଏକ୍ଟର ପରୀକ୍ଷଣ କେନ୍ଦ୍ର - ଆଇ.ଟି.ଇ.ଆର ପରିଦର୍ଶନ କରିଥିଲେ। ଉଭୟ ନେତାଙ୍କୁ ଆଇ.ଟି.ଇ.ଆର ମହାନିର୍ଦ୍ଦେଶକ ସ୍ୱାଗତ କରିଥିଲେ। ଏହା କୌଣସି ରାଷ୍ଟ୍ରମୁଖ୍ୟଙ୍କ ପ୍ରଥମ ଆଇ.ଟି.ଇ.ଆର ଗସ୍ତ ଥିଲା।

pm modi

ଏହା ହେଉଛି ବିଶ୍ୱର ସବୁଠାରୁ ମହତ୍ତ୍ୱାକାଂକ୍ଷୀ ଫ୍ୟୁଜନ ଏନର୍ଜି ପ୍ରକଳ୍ପ ମଧ୍ୟରୁ ଅନ୍ୟତମ । ଏହି ଗସ୍ତ ସମୟରେ ନେତାମାନେ ବିଶ୍ୱର ସର୍ବବୃହତ ଟୋକାମାକ୍‌ର ଆସେମ୍ବ୍ଲି ସମେତ ଆଇ.ଟି.ଇ.ଆର.ର ଅଗ୍ରଗତିକୁ ପ୍ରଶଂସା କରିଥିଲେ। ଏହି ଥର୍ମୋନ୍ୟୁକ୍ଲିୟର ରିଏକ୍ଟର ପରୀକ୍ଷଣ କେନ୍ଦ୍ରରେ ୫୦୦ ମେଗାୱାଟ୍ ଫ୍ୟୁଜନ ଶକ୍ତି ଉତ୍ପାଦନ କରାଯିବ ।

ଏହି ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଆଇ.ଟି.ଇ.ଆର ଇଞ୍ଜିନିୟର ଏବଂ ବୈଜ୍ଞାନିକଙ୍କ ସମର୍ପଣ ଭାବକୁ ଉଭୟ ନେତା ପ୍ରଶଂସା କରିଥିଲେ। ପରେ ଉଭୟ ନେତା ମାର୍ସେଲିର ମଜାର୍ଗେଜ୍ ଯୁଦ୍ଧସ୍ମାରକସ୍ଥଳୀ ପରିଦର୍ଶନ କରିବା ସହ ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+