ଭାରତ ସାଇପ୍ରସର ବ୍ୟବସାୟୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ଏବଂ ସାଇପ୍ରସ ରାଷ୍ଟ୍ରପତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଇପ୍ରସର ରାଷ୍ଟ୍ରପତି ମହାମହୀମ ନିକୋସ୍ କ୍ରିଷ୍ଟୋଡୋଲିଡେସଙ୍କ ସହ ଆଜି ଲିମାସୋଲଠାରେ ଆୟୋଜିତ ଏକ ଗୋଲ ଟେବଲ ବୈଠକରେ ଉଭୟ ଦେଶର ବ୍ୟବସାୟିକ ନେତାମାନଙ୍କ ସହିତ ଆଲୋଚନା କରିଛନ୍ତି। ମୁଖ୍ୟତଃ ବ୍ୟାଙ୍କିଙ୍ଗ, ଆର୍ଥିକ ପ୍ରତିଷ୍ଠାନ, ଉତ୍ପାଦନ, ପ୍ରତିରକ୍ଷା, ଲଜିଷ୍ଟିକ୍ସ, ସାମୁଦ୍ରିକ, ଜାହାଜ ଚଳାଚଳ, ପ୍ରଯୁକ୍ତିବିଦ୍ୟା, ନବସୃଜନ, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ଏଆଇ, ଆଇଟି ସେବା, ପର୍ଯ୍ୟଟନ ଏବଂ ଯାନବହାନ ଚଳାଚଳ ପ୍ରଭୃତି କ୍ଷେତ୍ରର ପ୍ରତିନିଧିମାନେ ଏହି ଅଂଶଗ୍ରହଣକାରୀଙ୍କ ଭିତରେ ସାମିଲ ଥିଲେ।

ଗତ ୧୧ ବର୍ଷ ମଧ୍ୟରେ ଭାରତର ଦ୍ରୁତ ଅର୍ଥନୈତିକ ପରିବର୍ତ୍ତନ ବିଷୟକୁ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ପରବର୍ତ୍ତୀ ପିଢ଼ିର ସଂସ୍କାର, ନୀତି ପୂର୍ବାନୁମାନ, ସ୍ଥିର ରାଜନୀତି ଏବଂ ବ୍ୟବସାୟ କରିବାର ସୁଗମତା ଦ୍ୱାରା ପରିଚାଳିତ ଭାରତ, ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତିରେ ପରିଣତ ହୋଇଛି। ନବସୃଜନ, ଡିଜିଟାଲ ବିପ୍ଳବ, ଷ୍ଟାର୍ଟ-ଅପ୍ ଏବଂ ଭବିଷ୍ୟତ ଭିତ୍ତିଭୂମି ବିକାଶକୁ ପ୍ରାଧାନ୍ୟ ଦିଆଯିବା ଉପରେ ଗୁରୁତ୍ୱାରୋପ କରି ସେ କହିଛନ୍ତି, ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି ଭାରତ କିଛି ବର୍ଷ ମଧ୍ୟରେ ତୃତୀୟ ବୃହତ ଅର୍ଥନୀତି ହେବା ଦିଗରେ ଅଗ୍ରସର ହେଉଛି। ଏଥିଲାଗି ଦେଶ ଭଲ ସ୍ଥିତିରେ ରହିଛି।

Prime Minister and President of Cyprus

ସେ ଉଲ୍ଲେଖ କରିଥିଲେ ଯେ ଭାରତର ବେସାମରିକ ବିମାନ ଚଳାଚଳ, ବନ୍ଦର, ଜାହାଜ ନିର୍ମାଣ, ଡିଜିଟାଲ ପେମେଣ୍ଟ ଏବଂ ସବୁଜ ବିକାଶ କ୍ଷେତ୍ରରେ ସ୍ଥିର ଅଭିବୃଦ୍ଧି ସାଇପ୍ରସର କମ୍ପାନୀଗୁଡ଼ିକ ପାଇଁ ଭାରତର ସହଭାଗୀ ହେବା ଲାଗି ଅପାର ସୁଯୋଗ ଉନ୍ମୋଚନ କରିଛି। ସେ ଭାରତର କୁଶଳୀ ପ୍ରତିଭା ଏବଂ ଷ୍ଟାର୍ଟ-ଅପ୍ ଇକୋସିଷ୍ଟମର ଶକ୍ତି ଉପରେ ଗୁରୁତ୍ୱାରୋପ କରିବା ସହ ଭାରତର ଅଭିବୃଦ୍ଧି କାହାଣୀରେ ଅବଦାନ ରଖୁଥିବା ନୂତନ ଏବଂ ଉଦୀୟମାନ ଉତ୍ପାଦନ, ଏଆଇ, କ୍ୱାଣ୍ଟମ୍, ସେମିକଣ୍ଡକ୍ଟର ଏବଂ କ୍ରିଟିକାଲ୍ ମିନେରାଲ୍ସ ପରି କ୍ଷେତ୍ର ବିଷୟରେ ଆଲୋକପାତ କରିଥିଲେ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସାଇପ୍ରସ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ଅଂଶୀଦାର ଥିଲା, ବିଶେଷକରି ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ କ୍ଷେତ୍ରରେ । ବର୍ତ୍ତମାନ ଭାରତୀୟ ଅର୍ଥନୀତିରେ ନୂତନ ନିବେଶ ପାଇଁ ସାଇପ୍ରସର ଆଗ୍ରହକୁ ସେ ସ୍ୱାଗତ କରିଥିଲେ। ଆର୍ଥିକ ସେବା କ୍ଷେତ୍ରରେ ବ୍ୟବସାୟିକ ସମ୍ପୃକ୍ତିର ସମ୍ଭାବନା ଉପରେ ଆଲୋକପାତ କରି, ଦୁଇ ନେତା ଏନ୍‍ଏସ୍‍ଇ ଇଣ୍ଟରନ୍ୟାସନାଲ ଏକ୍ସଚେଞ୍ଜ ଗିଫ୍ଟ ସିଟି, ଗୁଜରାଟ ଏବଂ ସାଇପ୍ରସ ଷ୍ଟକ୍ ଏକ୍ସଚେଞ୍ଜ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରକୁ ସ୍ୱାଗତ କରିଥିଲେ। ଏନ୍‍ଆଇପିଏଲ୍‍ (ଏନ୍‍ସିପିଆଇ ଇଣ୍ଟରନ୍ୟାସନାଲ ପେମେଣ୍ଟସ୍ ଲିମିଟେଡ୍) ଏବଂ ସାଇପ୍ରସର ୟୁରୋବ୍ୟାଙ୍କ, ଦୁଇ ଦେଶ ମଧ୍ୟରେ ସୀମାପାର ପେମେଣ୍ଟ ପାଇଁ ୟୁପିଆଇ ପ୍ରଚଳନ କରିବା ପାଇଁ ଏକ ବୁଝାମଣାରେ ପହଞ୍ଚିଥିଲେ ଯାହା ପର୍ଯ୍ୟଟକ ଏବଂ ବ୍ୟବସାୟକୁ ଲାଭଦାୟକ ହେବ। ପ୍ରଧାନମନ୍ତ୍ରୀ ଭାରତ-ଗ୍ରୀସ୍-ସାଇପ୍ରସ୍ (ଆଇଜିସି) ବ୍ୟବସାୟ ଏବଂ ନିବେଶ ପରିଷଦର ଶୁଭାରମ୍ଭକୁ ସ୍ୱାଗତ କରିଛନ୍ତି, ଯାହା ଜାହାଜ ଚଳାଚଳ, ଲଜିଷ୍ଟିକ୍ସ, ନବୀକରଣୀୟ ଶକ୍ତି, ବେସାମରିକ ବିମାନ ଚଳାଚଳ ଏବଂ ଡିଜିଟାଲ୍ ସେବା ଭଳି କ୍ଷେତ୍ରରେ ତ୍ରିପାକ୍ଷିକ ସହଯୋଗକୁ ପ୍ରୋତ୍ସାହିତ କରିବ। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଅନେକ ଭାରତୀୟ କମ୍ପାନୀ ସାଇପ୍ରସକୁ ୟୁରୋପର ପ୍ରବେଶ ଦ୍ୱାର ଏବଂ ଆଇଟି ସେବା, ଆର୍ଥିକ ପରିଚାଳନା ଏବଂ ପର୍ଯ୍ୟଟନର କେନ୍ଦ୍ର ଭାବରେ ଦେଖନ୍ତି।

ସାଇପ୍ରସ୍ ଆସନ୍ତା ବର୍ଷ ଇୟୁ ପରିଷଦର ସଭାପତିତ୍ୱ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଥିବାରୁ, ଦୁଇ ନେତା ଭାରତ-ଇୟୁ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃସ୍ଥାପିତ କରିଛନ୍ତି। ସେମାନେ ବର୍ଷ ଶେଷ ସୁଦ୍ଧା ଭାରତ-ଇୟୁ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସମାପ୍ତ କରିବା ବିଷୟରେ ଆଶାବାଦୀ ପ୍ରକାଶ କରିଛନ୍ତି, ଯାହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ଅର୍ଥନୈତିକ ସହଯୋଗକୁ ପ୍ରୋତ୍ସାହନ ଦେବ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ବ୍ୟବସାୟ ଗୋଲଟେବୁଲ ବୈଠକରେ ଯେଉଁ ବ୍ୟବହାରିକ ପରାମର୍ଶ ଦିଆଯାଇଛି ତାହା ଏକ ସଂରଚିତ ଅର୍ଥନୈତିକ ରୋଡମ୍ୟାପ୍ ପାଇଁ ଭିତ୍ତିଭୂମି ନିର୍ମାଣ କରିବ। ବାଣିଜ୍ୟ, ନବସୃଜନ ଏବଂ ରଣନୈତିକ କ୍ଷେତ୍ରରେ ଦୀର୍ଘକାଳୀନ ସହଯୋଗ ସୁନିଶ୍ଚିତ କରିବ।

ସମାନ ଆକାଂକ୍ଷା ଏବଂ ଭବିଷ୍ୟତ-କୈନ୍ଦ୍ରିକ ଆଭିମୁଖ୍ୟ ଦ୍ୱାରା, ଉଭୟ ଦେଶ ଭାରତ ଏବଂ ସାଇପ୍ରସ ଏବେ ଏକ ଗତିଶୀଳ ଓ ପାରସ୍ପରିକ ଲାଭଦାୟକ ଆର୍ଥିକ ସହଯୋଗର ନୂତନ ଯୁଗ ପାଇଁ ପ୍ରସ୍ତୁତ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+