ପିଏମ୍ ମୋଦୀଙ୍କୁ ପୁଣି ପ୍ରଶଂସା କଲେ ଥରୁର, କହିଲେ ମୋଦୀ ଦେଶ ପାଇଁ ଏକ ସମ୍ପତ୍ତି
କଂଗ୍ରେସ ସାଂସଦ ଶଶି ଥରୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଶ୍ୱିକ ସ୍ତରରେ ଭୂମିକାକୁ ନେଇ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ତାଙ୍କର ଉର୍ଜା, ସକ୍ରିୟତା ଓ ଲୋକଙ୍କ ସହ ତାଙ୍କର ସମ୍ୱାଦ କରିବାର ଇଚ୍ଛାଶକ୍ତି ଭାରତ ପାଇଁ ଏକ ପ୍ରମୁଖ ସମ୍ପତ୍ତି । ତେବେ ଶଶି ଥରୁରଙ୍କ ଏଭଳି ବୟାନ ତାଙ୍କ ପାର୍ଟି ଲାଇନର ପୂରା ବିରରୀତ ରହିଛି । ଶଶି ଥରୁର ଇଂରାଜୀ ଦୈନିକ 'ଦି ହିନ୍ଦୁ'ରେ ଏକ ଲେଖାରେ ଏହା କହିଛନ୍ତି। ଥରୁର ଏହାକୁ ଅଧିକ ସହଯୋଗ ଏବଂ ସମର୍ଥନ ଦେବା ବିଷୟରେ ମଧ୍ୟ କହିଥିଲେ। ତେବେ ଶଶୀଙ୍କ ଏହି ବୟାନ ପାଇଁ ପୁଣି ଥରେ କଂଗ୍ରେସ ଅକଳରେ ପଡ଼ିଯାଇଛି ।

ନିକଟରେ ଶଶି ଥରୁର ଭାରତୀୟ ସାଂସଦଙ୍କ ଏକ ପ୍ରତିନିଧିମଣ୍ଡଳ ସହିତ ଆମେରିକା ସମେତ ଅନେକ ଦେଶ ଗସ୍ତ କରିଥିଲେ। ଏଠାରେ ସେ ଅପରେସନ ସିନ୍ଦୁର ସମ୍ପର୍କରେ ବିଶ୍ୱ ସମ୍ମୁଖରେ ଭାରତର ପକ୍ଷ ଉପସ୍ଥାପନ କରିଥିଲେ। ଥରୁରଙ୍କ ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ କଂଗ୍ରେସ ଲଗାତାର ମୋଦୀ ସରକାରଙ୍କ ବୈଦେଶିକ ନୀତି ଉପରେ ପ୍ରଶ୍ନ ଉଠାଇ ଆସୁଛି।












Click it and Unblock the Notifications