ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, କାଲିଠୁ ଅନଲାଇନ ମୋଡରେ ଚାଲିବ ପ୍ରାଇମେରୀ ସ୍କୁଲ

ଦେଶର ରାଜଧାନୀ ଦିଲ୍ଲୀରେ ଏବେ ନିଃଶ୍ୱାସ ନେବା କଷ୍ଟ ହୋଇପଡ଼ିଲାଣି। ପୂରା ସହର ଓ ଆଖପାଖ ଅଞ୍ଚଳକୁ ଘେରି ରହିଛି ପ୍ରଦୂଷଣର ଚାଦର। ପ୍ରଦୂଷଣର ମୋଟା ଆସ୍ତରଣ ଓ ଧୂଆଁଳିଆ ପରିବେଶ ମଧ୍ୟରେ ଲୋକମାନେ କେବଳ ଅଣନିଃଶ୍ୱାସୀ ଅନୁଭବ କରୁଛନ୍ତି। ଦିଲ୍ଲୀରେ ପ୍ରଦୂଷଣ ହେତୁ ପରିସ୍ଥିତି ଦିନକୁ ଦିନ ବିଗିଡି ଯାଉଛି।

ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ ବର୍ତ୍ତମାନ ଅନଲାଇନ ମୋଡରେ ଚାଲିବ। ପ୍ରଦୂଷଣ ବୃଦ୍ଧି ହେତୁ ମୁଖ୍ୟମନ୍ତ୍ରୀ ଆତିଶୀ ଏହି ନିଷ୍ପତ୍ତି ନେଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ, ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ କେବଳ ଅନଲାଇନ ମୋଡରେ ଚାଲିବ। ବୁଧବାର ଦିଲ୍ଲୀର ବାୟୁ ଗୁଣବତ୍ତା(ଏକ୍ୟୁଆଇ) ଦେଶରେ ପ୍ରଥମରେ ଥିବା ବେଳେ ଗୁରୁବାର ଏହା ୪୨୮ରେ ପହଞ୍ଚିଛି।

Primary schools

ଯାହା ଚଳିତ ବର୍ଷ ପ୍ରଥମ ଥର ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ ପହଞ୍ଚିଛି। ଆଗକୁ ଏହି ସ୍ଥିତି ଆହୁରି ଖରାପ ହେବାକୁ ଥିବା ବେଳେ ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ(ସିଏକ୍ୟୁଏମ) ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ(ଜିଆରଏପି) ୩ ଶ୍ରେଣୀ ଲାଗୁ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+