For Quick Alerts
Turn On Notification  
For Daily Alerts
Oneindia App Download

ବେସରକାରୀ ଡାକ୍ତଖାନାରେ 250 ଟଙ୍କାରେ ମିଳିବ କରୋନା ଟିକା, ମହାରାଷ୍ଚ୍ର ପରେ ଗୁଜୁରାଟ କଲା ଘୋଷଣା

ଘରୋଇ ଡାକ୍ତରଖାନାଗୁଡ଼ିକରେ ପ୍ରତି ଡୋଜ ପ୍ରତି ବ୍ୟକ୍ତି 250 ଟଙ୍କା ରହିପାରେ । ଗୁଜୁରାଟ ସରକାର ଟିକା ପ୍ରତି ଡୋଜ ପିଛା 250 ଟଙ୍କା ଘୋଷଣା କରିଛନ୍ତି ।

|

ନୂଆଦିଲ୍ଲୀ : କେନ୍ଦ୍ର ସରକାର ମାର୍ଚ୍ଚ 2021 ରୁ ସାରା ଦେଶରେ କରୋନା ଟୀକାକରଣ ଅଭିଯାନର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ଏହା ସହିତ ଟିକା ମୂଲ୍ୟ ନେଇ ବଡ ଖବର ଆସିଛି । ଘରୋଇ ଡାକ୍ତରଖାନାଗୁଡ଼ିକରେ ପ୍ରତି ଡୋଜ ପ୍ରତି ବ୍ୟକ୍ତି 250 ଟଙ୍କା ରହିପାରେ । ଗୁଜୁରାଟ ସରକାର ଟିକା ପ୍ରତି ଡୋଜ ପିଛା 250 ଟଙ୍କା ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଟିକା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ଘରୋଇ ଡାକ୍ତରଖାନାଗୁଡ଼ିକୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଜଣାଇବାକୁ କୁହାଯାଇଛି ।

Corona-Vaccine

ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲ ଶନିବାର କହିଛନ୍ତି ଯେ, ରାଜ୍ୟର ଘରୋଇ ଡାକ୍ତରଖାନାରେ କରୋନା ଟିକା 250 ଟଙ୍କାରେ ଉପଲବ୍ଧ ଥିବାବେଳେ ସରକାରୀ ଡାକ୍ତରଖାନାରେ ଏହା ମାଗଣାରେ ମିଳିବ । ଏଥିରେ 100 ଟଙ୍କା ସେବା ଶୁଳ୍କ ମଧ୍ୟ ଅନ୍ତର୍ଭୁକ୍ତ ହେବ । ଇଣ୍ଡିଆନ ଏକ୍ସପ୍ରେସର ଖବର ଅନୁଯାୟୀ, ଏହାପୂର୍ବରୁ ମହାରାଷ୍ଟ୍ର ସରକାରଙ୍କ ସ୍ୱାସ୍ଥ୍ୟ ସଚିବ କହିଥିଲେ ଯେ କରୋନା ଟିକା ମୂଲ୍ୟ ସର୍ବାଧିକ 250 ଟଙ୍କା ରହିଛି । ଘରୋଇ ଡାକ୍ତରଖାନାଗୁଡ଼ିକରେ କରୋନା ଟିକା ମୂଲ୍ୟ ସମ୍ପର୍କରେ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାଁନ୍ତି ।

ଇଣ୍ଡିଆନ୍ ଏକ୍ସପ୍ରେସର ଖବର ଅନୁଯାୟୀ ସ୍ୱାସ୍ଥ୍ୟ ସଚିବ ଡ ପ୍ରଦୀପ ବ୍ୟାସ କହିଛନ୍ତି, ଘରୋଇ ଡାକ୍ତରଖାନାଗୁଡ଼ିକ ଜଣେ ବ୍ୟକ୍ତିଙ୍କ ଠାରୁ ଡୋଜ ପିଛା 250 ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରିବେ । ସେ ଆହୁରି ମଧ୍ୟ କହିଛନ୍ତ, ନ୍ୟାସନାଲ ଅଥରିଟି ର ସିଇଓ ଏବଂ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ଭର୍ଚୁଆଲ ବୈଠକରେ ସେବା କର ନେଇ ସୂଚନା ଦିଆଯାଇଥିଲା । କୋଭିଡ ଟିକା କେନ୍ଦ୍ର ଭାବରେ କାର୍ଯ୍ୟ କରୁଥିବା ବେସରକାରୀ ଡାକ୍ତରଖାନାଗୁଡ଼ିକରୁ ଚାର୍ଜ କରାଯାଇଥିବା ସେବା ଦେୟ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ 100 ଟଙ୍କା ମଧ୍ୟରେ ରହିବ ।

ସେ ଏହା ମଧ୍ୟ କହିଛନ୍ତି ଯେ ଏହା ସହିତ ଡାକ୍ତରଖାନା ଟିକା ମୂଲ୍ୟ ହିସାବରେ ପ୍ରତି ବ୍ୟକ୍ତିଙ୍କ ପାଇଁ 150 ଟଙ୍କା ଦେବେ । ଏହି ପରିପ୍ରେକ୍ଷୀରେ, ଘରୋଇ ଡାକ୍ତରଖାନା ପ୍ରତି ଡୋଜ ପିଛା ମୂଲ୍ୟ 250 ଟଙ୍କା ହେବ । ଖୁବ୍ ଶୀଘ୍ର କେନ୍ଦ୍ର ସରକାର କରୋନା ଟିକା ମୂଲ୍ୟ ସମ୍ପର୍କରେ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି । କୁହାଯାଉଛି ଯେ ସମଗ୍ର ଦେଶରେ ଟୀକାକରଣର ଏକ ନିର୍ଦ୍ଦିଷ୍ଟ ମୂଲ୍ୟ ରଖାଯିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Price of COVID-19 Price Will be RS 250 in Private Hospital of Gujrat Hospital.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X