ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ, ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ଆସନ୍ତାକାଲି ପୁରୀ ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୋପର୍ଦୀ ମୁର୍ମୁ। ରାଷ୍ଟ୍ରପତି ସକାଳ ୯.୪୫ରେ ସମଙ୍ଗ ସ୍ଥିତ ହେଲିପ୍ୟାଡରେ ସ୍ୱତନ୍ତ୍ର ବିମାନରେ ପହଞ୍ଚିବେ। ସେଠାରୁ ରାଷ୍ଟ୍ରପତି ସିଧାସଳଖ ସ୍ୱତନ୍ତ୍ର କାରକେଡ୍ ଯୋଗେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ। ସକାଳ ୧୦.୧୫ରୁ ୧୦.୪୦ ମଧ୍ୟରେ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରି ଆର୍ଶୀବାଦ ନେବେ ରାଷ୍ଟ୍ରପତି। ପରେ ୧୦.୪୦ରେ ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ କରିବେ।

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ଏବଂ ନୌସେନା ଦିବସ ପାଳନ ପାଇଁ ପ୍ରଶାସନ ପକ୍ଷରୁ କଟକଣା । ପୁରୀ ପୌରପାଳିକାର ସମସ୍ତ ସରକାରୀ, ବେସରକାରୀ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିବ । ଏଥି ସହିତ ନିକଟବର୍ତ୍ତୀ ମଦର୍ସ ପବ୍ଲିକ ସ୍କୁଲ, ପ୍ରଭୁଶ୍ରୀ ଇଂଲିଶ ମିଡିଅମ୍ ସ୍କୁଲ, ଚନ୍ଦ୍ରଶେଖର ଏକାଡେମୀ, ସେଣ୍ଟ ଜାଭିଅର ହାୟର ସେକେଣ୍ଡାରୀ ସ୍କୁଲ ମଧ୍ୟ ଏହି ବନ୍ଦ ରହିବ ।

school closed

କିନ୍ତୁ NCERT ଦ୍ଵାରା ପରିଚାଳିତ PARAKH ରାଷ୍ଟ୍ରୀୟ ସର୍ବେକ୍ଷଣ ୨୦୨୪ ଜାତୀୟ ସ୍ତରର ପରୀକ୍ଷା ହୋଇଥିବାରୁ ଏହି ପରୀକ୍ଷାଟି ପୁରୀ ପୌରପାଳିକା ଅନ୍ତର୍ଗତ ପରୀକ୍ଷା କେନ୍ଦ୍ର ମାନଙ୍କରେ ଓ ପ୍ରଭୁଶ୍ରୀ ଇଂରାଜୀ ମିଡ଼ିୟମ ସ୍କୁଲରେ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଅନୁଷ୍ଠିତ ହେବ । ପରୀକ୍ଷାର୍ଥୀ ମାନେ ସକାଳେ ୭ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ଓ ମଧ୍ୟାହ୍ନ ୧୨ଟା ପରେ ବିଦ୍ୟାଳୟ ଛାଡ଼ିବେ । ପୁରୀ ପୌରପାଳିକାର ଅନ୍ୟ ବିଦ୍ୟାଳୟ ମାନଙ୍କ ପରି ଏ ସମସ୍ତ ବିଦ୍ୟାଳୟର ପରୀକ୍ଷାର୍ଥୀ ମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟ ବନ୍ଦ ରହିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+