ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ଶାରଦୀୟ ଅଭିନନ୍ଦନ
ପବିତ୍ର ଦୁର୍ଗା ପୂଜା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ପବିତ୍ର ଦୁର୍ଗା ପୂଜା ଆମ ସଂସ୍କୃତି, ଆସ୍ଥା ଓ ଆଧ୍ୟାତ୍ମିକ ଗୌରବର ପ୍ରତୀକ। ମା' ଦୁର୍ଗାଙ୍କ ୯ଟି ରୂପର ପୂଜା କେବଳ ଆଧ୍ୟାତ୍ମିକ ଶୁଦ୍ଧିର ମାର୍ଗ ନୁହେଁ; ବରଂ ଏହା ସତ୍ୟ, ନ୍ୟାୟ ଓ କରୁଣାର ସହ ଅଗ୍ରସର ହେବାର ପ୍ରେରଣା ବୋଲି ସେ କହିଛନ୍ତି। ଏହି ପର୍ବ ସମାନତା, ସହିଷ୍ଣୁତା ଓ ପ୍ରେମର ଭାବନାକୁ ପ୍ରୋତ୍ସାହିତ କରିଥାଏ। ମହିଳାଙ୍କୁ ସମ୍ମାନ ଓ ସମାଜରେ ଉଚିତ୍ ସ୍ଥାନ ପ୍ରଦାନ ପାଇଁ ଏହି ଅବସରରେ ସଙ୍କଳ୍ପ ନେବାପାଇଁ ସମସ୍ତଙ୍କୁ ଆହ୍ବାନ କରିବା ସହ ମା' ଦୁର୍ଗା ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଭରିଦିଅନ୍ତୁ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କାମନା କରିଛନ୍ତି।













Click it and Unblock the Notifications