Manipur Violence: ମଣିପୁରରେ ଲାଗୁ ହୋଇପାରେ ରାଷ୍ଟ୍ରପତି ଶାସନ
Manipur Violence: ତିନି ମାସ ଧରି ମଣିପୁରରେ ହିଂସା ଲାଗି ରହିଛି । ନାହିଁ ନଥିବା କ୍ଷତି ହେବା ସହ ଗଲାଣି ଶହ ଶହ ଲୋକଙ୍କ ଜୀବନ । ଯାହାର ସମାଧାନ ପାଇଁ ଏବେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ଜୋମି କୁକି ସଙ୍ଗଠନ । ଏହି ସଙ୍ଗଠନ ଦାବି କରିଛି ଯେ, ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯିବା ସହ ହିଂସାର ମୂଳ କାରଣ ଖୋଜିବା ପାଇଁ ଏନଆଇଏ ଯାଞ୍ଚ କରାଯାଉ ।
ସୂଚନା ଅନୁସାରେ, ମେ'୩ ତାରିଖରୁ ଆରମ୍ଭ ହୋଇଥିବା ମଣିପୁରରେ ହିଂସାକାଣ୍ତ ଏବେ ଭୟଙ୍କର ରୁପ ନେଲାଣି । ଯେଉଁଥିରୁ ନିସ୍ତାର ପାଇବା ପାଇଁ ରାଷ୍ଟ୍ରପତି ଶାସନ ସହ ହାହାଡି ଏରିଆରେ ପୁଣି ଥରେ ଏଏଫ୍ଏସପିଏ ଲାଗୁ କରାଯାଉ ବୋଲି ଦାବି କରିଛନ୍ତି କୁକି ସଙ୍ଗଠନ ।
ଯାହା ଦ୍ୱାରା ପୁରା ରାଜ୍ୟ ସେନା ନିୟନ୍ତ୍ରଣରେ ରହିବ । ହେଲେ ଜୋମି କୁକି ସମ୍ପଦାୟର ଏହି ଅପିଲକୁ ବିରୋଧ କରିଛି ମୈତୈଇ ସମ୍ପ୍ରଦାୟ ।

ଜାତିଗତ ହିଂସାରେ ତିନି ମାସରୁ ଅଧିକ ସମୟ ଧରି ଜଳୁଛି ମଣିପୁର । ନିକଟରେ ଦୁଇ ମହିଳାଙ୍କୁ ନିବସ୍ତ୍ର କରି ମଣିପୁର ରାସ୍ତାରେ ଚଳାଇବା ଘଟଣାରେ ସାରା ଦେଶକୁ ଚକିତ କରିଦେଇଥିଲା । ଏହି ଘଟଣା ଅତ୍ୟନ୍ତ ଲଜ୍ଜାଜନକ ଓ ମାନବଜାତି ପାଇଁ ଏହା କଳଙ୍କ ସଦୃଶ । ଏହାସହ ଏହାରି ମଧ୍ୟରେ ପ୍ରାୟ 60 ହଜାର ଲୋକ ଭୂମିହୀନ ହୋଇଯାଇଛନ୍ତି। ମେ ମାସରେ ଆରମ୍ଭ ହୋଇଥିବା ହିଂସା ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି।












Click it and Unblock the Notifications