ରାଷ୍ଟ୍ରପତି ନିର୍ବାଚନ 2022 : ବୈଠକ ଶେଷ ,ମିଳିତ ପ୍ରାର୍ଥୀ ନେଇ ସଙ୍କଳ୍ପ ପାରିତ
ଦିଲ୍ଲୀରେ ଆରମ୍ଭ ହୋଇଥିବା ବିରୋଧିଙ୍କ ବୈଠକ ଶେଷ ହୋଇଛି । ବିରୋଧୀଙ୍କ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ନେଇ ଆଲୋଚନା ହୋଇଥିଲେ ସୁଦ୍ଧା କୌଣସି ସ୍ପଷ୍ଟ ନିଷ୍ପତ୍ତି ହୋଇପାରିନାହିଁ ।
ନୂଆଦିଲ୍ଲୀ: ଦିଲ୍ଲୀରେ ଆରମ୍ଭ ହୋଇଥିବା ବିରୋଧିଙ୍କ ବୈଠକ ଶେଷ ହୋଇଛି । ବିରୋଧୀଙ୍କ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ନେଇ ଆଲୋଚନା ହୋଇଥିଲେ ସୁଦ୍ଧା କୌଣସି ସ୍ପଷ୍ଟ ନିଷ୍ପତ୍ତି ହୋଇପାରିନାହିଁ । ପ୍ରଥମରୁ ଚର୍ଚ୍ଚାରେ ଥିବା ଏନସିପି ମୁଖ୍ୟ ଶରଦ ପାଓ୍ବାର ପ୍ରାର୍ଥୀତ୍ବ ନେଇ ଅନିଚ୍ଛା ପ୍ରକାଶ କରିଥିବା ସୂଚନା ମିଳିଛି। ଆଜି ବୈଠକରେ ବିରୋଧୀମାନେ ଏକ ମିଳିତ ପ୍ରାର୍ଥୀ ଘୋଷଣା କରିବା ନେଇ ସଙ୍କଳ୍ପ ପାରିତ କରିଛନ୍ତି ।

ମମତା ବାନାର୍ଜୀ କହିଛନ୍ତି, ଆଜି ବୈଠକରେ ସାମିଲ ହୋଇଥିବା ପ୍ରାୟ ସମସ୍ତ ଦଳ ଶରଦ ପାଓ୍ବାରଙ୍କ ପ୍ରାର୍ଥୀତ୍ବ ନେଇ ସହମତ ଥିଲେ । କିନ୍ତୁ ଶରଦ ପାଓ୍ବର ନିଜେ ପ୍ରାର୍ଥୀତ୍ବ ନେଇ ଅନିଚ୍ଛା ପ୍ରକାଶ କରିଛନ୍ତି । ଆଜି ପ୍ରାର୍ଥୀତ୍ବ ନେଇ ଚୂଡାନ୍ତ ନିଷ୍ପତ୍ତି ହୋଇପାରି ନଥିବା ବେଳେ ପାରିତ ସଙ୍କଳ୍ପ ଆଧାରରେ ବିରୋଧୀମାନେ ମିଳିତ ପ୍ରାର୍ଥୀ ଦେବା ନେଇ ସହମତ ହୋଇଛନ୍ତି ।












Click it and Unblock the Notifications