ରାଷ୍ଟ୍ରପତି ନିର୍ବାଚନ 2022: ଦିଲ୍ଲୀରେ ବିରୋଧୀଙ୍କ ବୈଠକ ଆରମ୍ଭ
ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ବାରା ଆହୁତ ବିରୋଧୀଙ୍କ ବୈଠକ ଦିଲ୍ଲୀରେ ଆରମ୍ଭ ହୋଇଛି । କିଛି ସମୟ ପୂର୍ବରୁ ଦିଲ୍ଲୀର କଂଷ୍ଟିଚ୍ୟୁସନ କ୍ଲବରେ ଆରମ୍ଭ ହୋଇଥିବା ଏହି ବୈଠକରେ ବହୁ ବରିଷ୍ଠ ନେତାଙ୍କ ସମେତ
ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ବାରା ଆହୁତ ବିରୋଧୀଙ୍କ ବୈଠକ ଦିଲ୍ଲୀରେ ଆରମ୍ଭ ହୋଇଛି । କିଛି ସମୟ ପୂର୍ବରୁ ଦିଲ୍ଲୀର କଂଷ୍ଟିଚ୍ୟୁସନ କ୍ଲବରେ ଆରମ୍ଭ ହୋଇଥିବା ଏହି ବୈଠକରେ ବହୁ ବରିଷ୍ଠ ନେତାଙ୍କ ସମେତ 17 ରାଜନୈତିକ ଦଳର ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି ।

ବରିଷ୍ଠ ଚେହେରାଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବେଗୌଡା, ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଚର୍ଚ୍ଚାରେ ଥିବା ଏନସିପି ମୁଖ୍ୟ ଶରଦ ପାଓ୍ବାର, ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଓ ମଲ୍ଲିକାର୍ଜୁନ ଖାଡଗେ ପ୍ରମୁଖ ମଧ୍ୟ ଉପସ୍ଥିତ ରହିଛନ୍ତି । ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀ ପ୍ରାୟ 22 ଅଣ ବିଜେପି ଦଳକୁ ନିମନ୍ତ୍ରଣ କରିଥିଲେ ଟିଏମସି ମୁଖ୍ୟ ମମତା ବାନାର୍ଜୀ । ଆଜିର ଏହି ବୈଠକର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି ।












Click it and Unblock the Notifications