ରାଷ୍ଟ୍ରପତି ନିର୍ବାଚନ: 22 ନେତାଙ୍କୁ ନିମନ୍ତ୍ରଣ
ରାଷ୍ଟ୍ରପତି ନିର୍ବାଚନର ଠିକ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମସ୍ତ ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ। ଏନେଇ 22 ଜଣ ନେତାଙ୍କୁ ନିମନ୍ତ୍ରଣ ଦେଇଛନ୍ତି । ଜୁନ 15ରେ ଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବରେ ମମତା ବିରୋଧୀ ଦଳ ନେ
ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନର ଠିକ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମସ୍ତ ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ। ଏନେଇ 22 ଜଣ ନେତାଙ୍କୁ ନିମନ୍ତ୍ରଣ ଦେଇଛନ୍ତି । ଜୁନ 15ରେ ଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବରେ ମମତା ବିରୋଧୀ ଦଳ ନେତାଙ୍କୁ ଭେଟିବା ପାଇଁ ଯୋଜନା କରିଛନ୍ତି ।

ଟିଏମସି ସୁପ୍ରିମୋ ମମତା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ, ଓଡିଶା ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର (ଟିଆରଏସ) ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (ଶିବସେନା)ଙ୍କ ସମେତ 22 ନେତାଙ୍କୁ ଏନେଇ ଚିଠି ଲେଖିଛନ୍ତି ।
2021ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିର ବିପୁଳ ବିଜୟ ପରେ ଜାତୀୟ ସ୍ତରରେ ମୋଦିଙ୍କୁ ଟକ୍କର ଦେବା ପାଇଁ ଅଣ୍ଟା ଭିଡିଛନ୍ତି ମମତା । ଦିଲ୍ଲୀ ଗସ୍ତ କରି ଭାଜପା ପ୍ରାର୍ଥୀଙ୍କ ବିରୁଦ୍ଧରେ ସର୍ବସମ୍ମତି କ୍ରମେ ବିରୋଧୀ ପ୍ରାର୍ଥୀ ଛିଡା କରିବା ଉଦ୍ଦେଶ୍ୟରେ ମମତା ଏହି ବୈଠକ ଡାକିଛନ୍ତି । ଆସନ୍ତା ଜୁଲାଇ 18 ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ 21ରେ ହେବ ଗଣତି ।












Click it and Unblock the Notifications