ଷ୍ଟାଲିନ୍ ସରକାରଙ୍କୁ ଲାଗିଲା ବଡ଼ ଝଟ୍କା, ରାଜ୍ୟ ସରକାର ଆଣିଥିବା ବିଲ୍କୁ ଖାରଜ କଲେ ରାଷ୍ଟ୍ରପତି
ତାମିଲନାଡୁର ଷ୍ଟାଲିନ୍ ସରକାରଙ୍କୁ ଲାଗିଛି ବଡ଼ ଝଟ୍କା। ଡାକ୍ତରୀ ପାଠ୍ୟକ୍ରମ ପାଇଁ ହେଉଥିବା ଜାତୀୟ ପ୍ରବେଶିକା ଏବଂ ଯୋଗ୍ୟତା ପରୀକ୍ଷା(NEET ) ବିରୋଧରେ ରାଜ୍ୟ ସରକାର ଆଣିଥିବା ବିଲ୍କୁ ଖାରଜ କରିଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୀଟ୍ ପରିସରରୁ ତାମିଲନାଡୁକୁ ବାଦ୍ ଦେବା ଲାଗି ତାମିଲନାଡୁ ସରକାର ଏହି ବିଲ୍ ଆଣିଥିଲେ।

ଅର୍ଥାତ୍ ନୀଟ୍ ଆଧାରରେ ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ପଢ଼ିବା ଅନୁମତି ଦେବା ପରିବର୍ତ୍ତେ ଦ୍ୱାଦଶ ପରୀକ୍ଷାର ନମ୍ବର ଆଧାରରେ ସୁଯୋଗ ଦେବା ଲାଗି ସରକାର ଏହି ବିଲ୍ ଆଣିଥିଲେ। ୨୦୨୧ ଏବଂ ୨୦୨୨ରେ ତାମିଲନାଡୁ ବିଧାନସଭାରେ ଦୁଇ ଦୁଇ ଥର ଏହା ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଗି ପଡ଼ିରହିଥିଲା। ତେବେ ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ବିଲ୍କୁ ଖାରଜ କରିଦେଇଛନ୍ତି।












Click it and Unblock the Notifications