ଆସନ୍ତାକାଲିଠାରୁ ପର୍ତ୍ତୃଗାଲ ଏବଂ ସ୍ଲୋଭାକିଆକୁ ଗସ୍ତରେ ଯିବେ ରାଷ୍ଟ୍ରପତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ପର୍ତ୍ତୃଗାଲ ଏବଂ ସ୍ଲୋଭାକିଆ ଗସ୍ତରେ ଯିବେ । ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ପର୍ତ୍ତୃଗାଲ ପ୍ରତିପକ୍ଷ ମାର୍ସେଲୋ ରିବେଲୋ ଡି ସୌସାଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କରିବେ । ପର୍ତ୍ତୃଗାଲର ପ୍ରଧାନମନ୍ତ୍ରୀ ଲୁଇସ୍ ମଣ୍ଟେନିଗ୍ରୋ ଏବଂ ନ୍ୟାସନାଲ ଆସେମ୍ବ୍ଲିର ସଭାପତି ଜୋସ୍ ପେଡ୍ରୋ ଆଗ୍ୱିଆର୍-ବ୍ରାଙ୍କୋଙ୍କ ସହ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସାକ୍ଷାତ୍ ଆଲୋଚନା କରିବେ ।
ସେହିଭଳି ପର୍ତ୍ତୃଗାଲରୁ ସ୍ଲୋଭାକିଆ ଗସ୍ତରେ ଯାଇ ରାଷ୍ଟ୍ରପତି ମୁର୍ମୁ ସେଠାକାର ରାଷ୍ଟ୍ରପତି ପିଟର ପେଲିଗ୍ରିନି ଏବଂ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି । ୨୭ ବର୍ଷର ବ୍ୟବଧାନ ପରେ ଭାରତର ରାଷ୍ଟ୍ରପତିଙ୍କର ଏହା ହେଉଛି ପ୍ରଥମ ପର୍ତ୍ତୃଗାଲ ଗସ୍ତ ।

ଉଭୟ ଦେଶ କୂଟନୈତିକ ସମ୍ପର୍କ ୫୦ ବର୍ଷ ପୂର୍ତ୍ତି ପାଳନ କରୁଛନ୍ତି । ରାଷ୍ଟ୍ରପତିଙ୍କର ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାର ଆଶା କରାଯାଇଛି । ସେହିଭଳି ୨୯ବର୍ଷ ପରେ ଭାରତର ରାଷ୍ଟ୍ରପତି ପ୍ରଥମଥର ପାଇଁ ସ୍ଳୋଭାକିଆ ଗସ୍ତରେ ଯିବେ । ଆସନ୍ତା ୧୦ ତାରିଖରେ ଏହି ଦୁଇଦେଶ ଗସ୍ତକ୍ରମ ଶେଷ କରି ରାଷ୍ଟ୍ରପତି ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....












Click it and Unblock the Notifications