ଆଜି ମହାକୁମ୍ଭରେ ବୁଡ଼ ପକାଇବେ ରାଷ୍ଟ୍ରପତି
President Murmu To Visit Maha Kumbh Today: ଆଜି ପ୍ରୟାଗରାଜରେ ବୁଡ଼ ପକାଇବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଦିନ ୧୧ଟାରେ ପ୍ରୟାଗରାଜରେ ପହଞ୍ଚି ପ୍ରଥମେ ବୁଡ଼ ପାକାଇବା ପରେ ଅକ୍ଷୟ ବଟ ଓ ହନୁମାନ ମନ୍ଦିରରେ ସୂତନ୍ତ୍ର ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୟୁପି ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ।

ସୂଚନା ଅନୁସାରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରୟାଗରାଜ ମହାକୁମ୍ଭରେ ବୁ଼ଡ ପକାଇବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରୟାଗରାଜରେ ଛଅ ଘଣ୍ଟାରୁ ଅଧିକ ସମୟ ରହିବେ ଏବଂ ତ୍ରିବେଣୀ ସଙ୍ଗମରେ ସ୍ନାନ କରିବା ପରେ ଗଙ୍ଗା ପୂଜାର୍ଚ୍ଚନା କରିବେ । ଅକ୍ଷୟବଟକୁ ଦର୍ଶନ ଏବଂ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି ।
ସେ ବଡ଼ ହନୁମାନଙ୍କୁ ଦର୍ଶନ କରିବେ ଏବଂ ଦେଶବାସୀଙ୍କ ସୁଖ ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରିବେ। ରାଷ୍ଟ୍ରପତି ଡିଜିଟାଲ୍ ମହାକୁମ୍ଭ ଅଭିଜ୍ଞତା କେନ୍ଦ୍ରର ଯାଞ୍ଚ କରିବେ। ଏହା ପୂର୍ବରୁ, ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ମଧ୍ୟ ମହାକୁମ୍ଭରେ ପବିତ୍ର ସ୍ନାନ କରିଥିଲେ। ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୧୯ ପ୍ରୟାଗରାଜ କୁମ୍ଭ ସମୟରେ ଗଙ୍ଗାରେ ବୁଡ଼ ପକାଇଥିଲେ।
ସେହିପରି ରାଷ୍ଟ୍ରପତିଙ୍କ ସହ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବନ୍ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସକାଳ ୮ଟାରୁ ସାଧାରଣ ଭକ୍ତଙ୍କ ପାଇଁ ହନୁମାନ ମନ୍ଦିର ଏବଂ ଅନୁଭୂତି କେନ୍ଦ୍ର ବନ୍ଦ କରାଯାଉଛି ।












Click it and Unblock the Notifications