Get Updates
Get notified of breaking news, exclusive insights, and must-see stories!

ଆସନ୍ତାକାଲି ସାରା ଦେଶରେ ପାଳନ କରାଯିବ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ

ଭାରତୀୟ ସମ୍ବିଧାନର ପ୍ରଣେତା ବାବାସାହେବ ଡକ୍ଟର ଭୀମରାଓ ରାମ୍‍ଜୀ ଆମ୍ବେଦକରଙ୍କ ୧୩୫ତମ ଜୟନ୍ତୀ ଆସନ୍ତାକାଲି ସମଗ୍ର ଦେଶରେ ପାଳନ କରାଯିବ । ଏହି ଅବସରରେ ନୂଆଦିଲ୍ଲୀର ସଂସଦଭବନ ପରିସରସ୍ଥିତ ପ୍ରେରଣାସ୍ଥଳଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ୍‍ ବିର୍ଲା, କେନ୍ଦ୍ର ମନ୍ତିମଣ୍ଡଳର ବହୁ ସଦସ୍ୟ, ସାଂସଦ ଏବଂ ବିଶିଷ୍ଟ ବ୍ୟକ୍ତି ପୂର୍ବାହ୍ନରେ ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ସର୍ବସାଧାରଣଙ୍କ ପାଇଁ ଜାରି ରହିବ ।

ଡକ୍ଟର ଆମ୍ବେଦକର ଜାତୀୟ ସ୍ମାରକୀକୁ ଯାତାୟତ ପାଇଁ ଆମ୍ବେଦକର ଫାଉଣ୍ଡେସନ ପକ୍ଷରୁ ଆସନ୍ତାକାଲି ସ୍ୱତନ୍ତ୍ର ବସ୍‍ର ଆୟୋଜନ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡକ୍ଟର ବି.ଆର୍‍.ଆମ୍ବେଦକରଙ୍କ ଜୟନ୍ତୀରେ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି, ବାବା ସାହେବ ତାଙ୍କ ପ୍ରେରଣାଦାୟୀ ଜୀବନରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ସତ୍ତ୍ୱେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ।

B R Ambedkar

ନିଜର ଅସାଧାରଣ ସଫଳତା ଦ୍ୱାରା ସେ ସମଗ୍ର ବିଶ୍ୱରେ ସମ୍ମାନ ଅର୍ଜନ କରିପାରିଥିଲେ। ବାବାସାହେବଙ୍କୁ ଜଣେ ଦକ୍ଷତାସମ୍ପନ୍ନ, ବହୁମୁଖୀ ବ୍ୟକ୍ତିତ୍ୱ ଭାବରେ ଅଭିହିତ କରି ରାଷ୍ଟ୍ରପତି କହିଥିଲେ, ସେ ଜଣେ ଅର୍ଥନୀତିଜ୍ଞ, ଶିକ୍ଷାବିତ, ଆଇନଜୀବୀ ଏବଂ ଜଣେ ମହାନ୍‍ ସମାଜ
ସଂସ୍କାରକ ଥିଲେ। ଡକ୍ଟର ଆମ୍ବେଦକର' ମହିଳା ଏବଂ ଅବହେଳିତ ବର୍ଗର ଅର୍ଥନୈତିକ ଏବଂ ସାମାଜିକ ଅଧିକାର ପାଇଁ ଆଜୀବନ ସଂଘର୍ଷ ଜାରି କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+