ଆସନ୍ତାକାଲି ରାଷ୍ଟ୍ରପତି ଭବନଠାରେ ଅମୃତ ଉଦ୍ୟାନର ଗ୍ରୀଷ୍ମକାଳୀନ ବାର୍ଷିକୀ ଉତ୍ସବକୁ ଉଦ୍ଘାଟନ କରିବେ ରାଷ୍ଟ୍ରପତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ରାଷ୍ଟ୍ରପତି ଭବନଠାରେ ଅମୃତ ଉଦ୍ୟାନର ଗ୍ରୀଷ୍ମକାଳୀନ ବାର୍ଷିକୀ ଉତ୍ସବକୁ ଉଦ୍ଘାଟନ କରିବେ। ଏହା ଆସନ୍ତା ସେପ୍ଟେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଜନସାଧାରଣ ଆସନ୍ତା ଶନିବାରଠାରୁ ଦିନ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହାକୁ ଦେଖିପାରିବେ।

ଆସନ୍ତା ୨୯ ତାରିଖଦିନ ଜାତୀୟ କ୍ରୀଡା ଦିବସ ଅବସରରେ କ୍ରୀଡାବିତ୍ମାନଙ୍କୁ ଅମୃତ ଉଦ୍ୟାନ ପ୍ରବେଶ ଲାଗି ସ୍ୱତନ୍ତ୍ର ଅନୁମତି ପ୍ରଦାନ କରାଯାଉଥିବାବେଳେ ଆସନ୍ତାମାସ ୫ ତାରିଖ ଦିନ ଗୁରୁଦିବସ ଅବସରରେ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ଲାଗି ମଧ୍ୟ ଅନୁରୂପ ସୁବିଧା ଉପଲବ୍ଧ ହେବ। ଏହି ଅବସରରେ ବାଲ୍ବାଟିକା, ଔଷଧୀୟ ବଗିଚା, କେନ୍ଦ୍ରୀୟ ଲନ୍ ଭଳି କେତେକ ସ୍ୱତନ୍ତ୍ର ସ୍ଥାନ ପରିଦର୍ଶନ କରାଯାଇପାରିବ। ଅମୃତ ଉଦ୍ୟାନକୁ ପ୍ରବେଶ ଲାଗି କୌଣସି ଦେୟ ପଡିବ ନାହିଁ। ତେବେ, ସଂରକ୍ଷଣ କାର୍ଯ୍ୟ ଲାଗି ଏହି ଉଦ୍ୟାନ ସମସ୍ତ ସୋମବାର ବନ୍ଦ ରହିବ ବୋଲି ଜଣାପଡିଛି।












Click it and Unblock the Notifications