ମହିଳା ଦିବସରେ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବେ ରାଷ୍ଟ୍ରପତି

ଚଳିତ ମାସ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ସମ୍ମିଳନୀକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରିବେ। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ 'ନାରୀ ଶକ୍ତି ସେ ବିକଶିତ ଭାରତ' ଶୀର୍ଷକରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି।

ଏହି କାର୍ଯ୍ୟକ୍ରମରେ ସଶସ୍ତ୍ର ବାହିନୀ ଓ ଅର୍ଦ୍ଧସାମରିକ ବାହିନୀ, ଦିଲ୍ଲୀ ପୁଲିସ, ମାଇଁ ଭାରତ ସ୍ୱେଚ୍ଛାସେବୀ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ସମେତ ବିଭିନ୍ନ କ୍ଷେତ୍ରର ମହିଳାମାନେ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ବିଶ୍ୱବ୍ୟାଙ୍କ, ୟୁନିସେଫ୍, ଜାତିସଂଘ ମହିଳା, ୟୁଏନଡ଼ିପି ଏବଂ ୟୁଏନ୍ଏଫପିଏ ଭଳି ଆନ୍ତର୍ଜାତିକ ସଂଗଠନର ପ୍ରତିନିଧିମାନେ ଉପସ୍ଥିତ ରହିବେ। 'SheBuildsBharat' ହ୍ୟାଶଟ୍ୟାଗ୍ ସହ ଏକ ସୋସିଆଲ ମିଡିଆ ଅଭିଯାନର ମଧ୍ୟ ଆୟୋଜନ କରାଯାଉଛି।

President

ଅନ୍ତର୍ଜାତୀୟ ମହିଳା ଦିବସ ସମ୍ପର୍କରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି ଯେ ଏହି ଦିବସ ମହିଳାଙ୍କ ବହୁମୁଖୀ ବିକାଶ ଉପରେ ଆଲୋଚନା କରିବା ଏବଂ ଏହା ହାସଲ କରିବାରେ ଥିବା ପ୍ରତିବନ୍ଧକକୁ ଦୂର କରିବାର ସୁଯୋଗ ପ୍ରଦାନ କରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+