ବିଜ୍ଞାନ ଭବନରେ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୪ ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଜାତୀୟ ପଞ୍ଚାୟତ ପୁରସ୍କାର- ମୁଁ୦୨୪ ପ୍ରଦାନ କରିବେ । ଚଳିତ ବର୍ଷ ବିଭିନ୍ନ ବର୍ଗରେ ଗୋଷ୍ଠୀ ବିକାଶ ଏବଂ ତୃଣମୂଳ ସ୍ତରରେ ସୁଶାସନର ସୁଫଳ ପହଞ୍ଚାଇବା ଦିଗରେ କାର୍ଯ୍ୟ କରିଥିବା ୪୫ ଜଣ ବ୍ୟକ୍ତିବିଶେଷ ତଥା ପଞ୍ଚାୟତକୁ ଏହି ପୁରସ୍କାର ପ୍ରଦାନ କରାଯିବ ।

ଏହି ସମାରୋହରେ ପଞ୍ଚାୟତିରାଜ ମନ୍ତ୍ରୀ ପୁରସ୍କୃତ ହୋଇଥିବା ପଞ୍ଚାୟତଗୁଡ଼ିକ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ଅଭିନବ ଉପାୟକୁ ନେଇ ପ୍ରଣୀତ ପୁସ୍ତିକା ଉନ୍ମୋଚନ କରିବେ । ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ଏହି ପୁରସ୍କାର ମାଧ୍ୟମରେ ଗ୍ରାମାଞ୍ଚଳ ଭାରତର ବିକାଶ ଦିଗରେ ଅଭିନବ ଉପାୟ ଆପଣେଇବା ଲାଗି ପଞ୍ଚାୟତଗୁଡ଼ିକୁ ପ୍ରେରଣା ମିଳିବ ।












Click it and Unblock the Notifications