Get Updates
Get notified of breaking news, exclusive insights, and must-see stories!

ଆସନ୍ତାକାଲି ୨୦ଜଣ ଶିଶୁଙ୍କୁ ନିଃସ୍ୱାର୍ଥପର ସାହସିକ କାର୍ଯ୍ୟ ପାଇଁ ରାଷ୍ଟ୍ରୀୟ ବାଲ୍‍ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନୂଆଦିଲ୍ଲୀର ବୀର୍‍ ବାଲ୍‍ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‍ ପୁରସ୍କାର ପ୍ରଦାନ କରିବେ । କେନ୍ଦ୍ର ମହିଳା ଓ ଶିଶୁବିକାଶ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୧୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୨୦ଜଣ ଶିଶୁଙ୍କୁ ସେମାନଙ୍କ ସାହସ, କ୍ରୀଡ଼ା ଏବଂ ସାମାଜିକ ସେବା ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବୀର୍‍ବାଲ ଦିବସ ଅବସରରେ ଏକ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ପିଲାମାନଙ୍କୁ ସମ୍ବୋଧନ କରିବେ ।

droupadi murmu

ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ନିଃସ୍ୱାର୍ଥପର ସେବା, ସାହସ ଏବଂ ଦୃଢ଼ତା ସମ୍ବଳିତ ଘଟଣା ସମ୍ପର୍କରେ ଉପସ୍ଥାପନ କରାଯିବ । କାର୍ଯ୍ୟକ୍ରମରେ ଦେଶର ସାଂସ୍କୃତିକ ବିବିଧତା ଓ ଐତିହ୍ୟର ପ୍ରଦର୍ଶନ ମଧ୍ୟ କରାଯିବାକୁ ନିଷ୍ପତ୍ତି ହୋଇଛି । କେନ୍ଦ୍ର ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+