ଆସନ୍ତାକାଲି ରାଷ୍ଟ୍ରପତି ପ୍ରଦାନ କରିବେ ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର’
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନୂଆଦିଲ୍ଲୀରେ ୭ଟି ବର୍ଗରେ ଅନନ୍ୟ କୃତିତ୍ୱ ହାସଲ କରିଥିବା ୧୭ ଜଣ ଶିଶୁଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପ୍ରଦାନ କରିବେ । କଳା, ସଂସ୍କୃତି, ସାହସିକତା, ନବସୃଜନ, ବିଜ୍ଞାନ ଓ ପ୍ରଯୁକ୍ତବିଦ୍ୟା, ସାମାଜିକ ସେବା, କ୍ରୀଡ଼ା ଏବଂ ପରିବେଶ କ୍ଷେତ୍ରରେ ସଫଳତା ହାସଲ କରିଥିବା ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଏହି ଶିଶୁମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ।
ପୁରସ୍କାର ଆକାରରେ ସେମାନଙ୍କୁ ପଦକ ଓ ପ୍ରମାଣପତ୍ର ଦିଆଯିବ । ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆସନ୍ତାକାଲି ହେବାକୁ ଥିବା ବୀର ବାଲ୍ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି । ଶିଶୁମାନଙ୍କୁ ସମ୍ମାନ ପ୍ରଦାନ ଅବସରରେ ଆସନ୍ତାକାଲି ଦେଶବ୍ୟାପୀ ବୀର ବାଲ୍ ଦିବସ ଆୟୋଜନ କରାଯାଉଛି । ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ 'ସୁପୋଷିତ ଗ୍ରାମ ପଞ୍ଚାୟତ' ଅଭିଯାନର ଶୁଭାରମ୍ଭ କରିବେ । ଦେଶରେ ପୁଷ୍ଟିସାଧନ ଜନିତ ସେବା କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ କରାଯାଇଛି । ଯୁବାବର୍ଗଙ୍କ ମନରେ ସଚେତନତା ସୃଷ୍ଟି କରିବା ଏବଂ ଦେଶବ୍ୟାପୀ ଉତ୍ସର୍ଗୀକୃତ ମନୋଭାବକୁ ଜାଗ୍ରତ କରିବା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବା ଏହି ଦିବସର ଲକ୍ଷ୍ୟ ରହିଛି ।

କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ କୁଇଜ୍ ସମେତ ବିଭିନ୍ନ ପ୍ରତିଯୋଗିତା, ମାଇଁ ଗଭ୍ ଏବଂ ମାଇଁ ଭାରତ ପୋର୍ଟାଲ୍ ଜରିଆରେ ଅନୁଷ୍ଠିତ ହେବ । ସେହିପରି ବିଦ୍ୟାଳୟ, ଅଙ୍ଗନୱାଡ଼ି କେନ୍ଦ୍ର, ଶିଶୁ ଯତ୍ନ ସଂସ୍ଥାନଗୁଡ଼ିକରେ ଗଳ୍ପକଥନ, ସୃଜନାତ୍ମକ ଲେଖା, ପୋଷ୍ଟର ତିଆରି ଆଦି ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ ।












Click it and Unblock the Notifications