ଆସନ୍ତାକାଲି ବିଧାନସଭାର ଶୀତକାଳୀନ ଅଧିବେଶନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି
ଓଡ଼ିଶା ବିଧାନସଭାର ସପ୍ତଦଶ ଶୀତକାଳୀନ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି । ଅଧିବେଶନ ପୂର୍ବରୁ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଧିବେଶନର ପ୍ରଥମ ଦିନରେ ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି । ଏଥିପାଇଁ ବିଧାନସଭା ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ରାଷ୍ଟ୍ରପତି ଆସନ୍ତାକାଲି ଅପରାହ୍ଣରେ ବିଧାନସଭାରେ ପହଞ୍ôଚବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦ ୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ପକ୍ଷରୁ ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ଶୁକ୍ରବାର ଗୃହରେ ୨୦୨୫-୨୬ ଆର୍ଥିକବର୍ଷ ଲାଗି ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ । ଏହି ଅଧିବେଶନ ଆସନ୍ତାମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।












Click it and Unblock the Notifications