ବଜେଟ୍ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ: ୨୦୪୭ ସୁଦ୍ଧା ସ୍ୱର୍ଣ୍ଣିମ ଭାରତ ନିର୍ମାଣର ରହିଛି ଲକ୍ଷ୍ୟ
ଅଭିଭାଷଣରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ, ଆଗାମୀ ୨୦୪୭ ମସିହା ସୁଦ୍ଧା ସ୍ୱର୍ଣ୍ଣିମ ଭାରତ ନିର୍ମାଣର ଲକ୍ଷ୍ୟ ରହିଛି ।
ନୂଆଦିଲ୍ଲୀ: ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ପ୍ରଥମ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ସେ ନିଜ ଅଭିଭାଷଣ ରଖିଛନ୍ତି । ଅଭିଭାଷଣରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ, ଆଗାମୀ ୨୦୪୭ ମସିହା ସୁଦ୍ଧା ସ୍ୱର୍ଣ୍ଣିମ ଭାରତ ନିର୍ମାଣର ଲକ୍ଷ୍ୟ ରହିଛି ।

ରାଷ୍ଟ୍ରପତି କହିଛନ୍ତି, ଭାରତ ଆତ୍ମ ନିର୍ଭର ହେବ। ପ୍ରଥମ ଥର ପାଇଁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ବଢ଼ିଛି। ବର୍ତ୍ତମାନ ଭାରତରେ ଏକ ସ୍ଥାୟୀ ଓ ନିର୍ଣ୍ଣାୟକ ସରକାର ଚାଲିଛି। ବିକାଶ ସହ ବଢ଼ୁଛି ଭାରତ। ୨୦୪୬ ସୁଦ୍ଧା ଆମକୁ ସ୍ୱର୍ଣ୍ଣିମ ଭାରତ ଗଢ଼ିବାର ଅଛି ବୋଲି ନିଜ ଅଭିଭାଷଣରେ କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ସେ ଆହୁରି କହିଛନ୍ତି, ବିକାଶରେ ଚାଲୁଥିବା ମୋ ସରକାରକୁ ୯ ବର୍ଷ ପୂରିବାକୁ ଯାଉଛି। ୯ ବର୍ଷରେ ବିଶ୍ୱରେ ଭାରତର ପରିଚୟ ବଦଳିଛି। ଆଜି ପ୍ରତି ଭାରତୀୟଙ୍କ ଆତ୍ମବିଶ୍ୱାସ ଶୀର୍ଷରେ ପହଞ୍ଚିଛି। ନରେନ୍ଦ୍ର ମୋଦିଙ୍କ ସରକାର ଆତଙ୍କବାଦକୁ ଦୃଢ଼ ଜବାବ ଦେଉଛି। ସର୍ଜିକାଲ ଷ୍ଟ୍ରାଇକ୍ ଆତଙ୍କବାଦୀଙ୍କ ଉପରେ କଠୋର ପ୍ରହାର କରିଛି। ଏଲ୍ଓସିରୁ ଏଲ୍ଏସି ଯାଏଁ ଶତ୍ରୁକୁ ସବୁଠି ମୁହଁତୋଡ଼ ଜବାବ ଦିଆଯାଉଛି ବୋଲି ରାଷ୍ଟ୍ରପତି କହିଛନ୍ତି।
ମହିଳା ସଶକ୍ତୀକରଣରେ ମୋ ସରକାର ଦ୍ରୁତ କାର୍ଯ୍ୟ କରୁଛି । ବେଟି ବଚାଓ ବେଟି ପଢାଓର ସଫଳତା ଆଜି ଆମେ ଦେଖୁଛେ । ଦେଶରେ ନିରନ୍ତର ନାରୀ ମାନଙ୍କ ପ୍ରଗତି ହେଉଛି । ମହିଳାଙ୍କ ସ୍ୱାସ୍ଥ୍ୟ ଆଗଠାରୁ ବର୍ତ୍ତମାନ ଢେର ଭଲ ରହିଛି । ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ହେଉ କିମ୍ବା ସୁରକ୍ଷିତ ମାତୃ ବନ୍ଦନା । ଆୟୁଷ୍ମାନ ଭାରତ ଯୋଜନାରେ ୫୦ ପ୍ରତିଶତ ଲାଭାର୍ଥୀ ମହିଳା । ମୋ ସରକାର ଛାତ୍ରୀଙ୍କ ପଢିବା ଠାରୁ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖିଛନ୍ତି । ସୁକନ୍ୟା ସମୃଦ୍ଧି ଯୋଜନାରେ କୋଟି କୋଟି ମହିଳାଙ୍କ ଖାତା ବ୍ୟାଙ୍କରେ ଖୋଲିଛି । ନୂଆ ଶିକ୍ଷା ନିତୀରେ ମଧ୍ୟ ଛାତ୍ରୀଙ୍କ ପ୍ରତି ଧ୍ୟାନ ଦିଆଯାଇଛି ବୋଲି ରାଷ୍ଟ୍ରପତି କହିଛନ୍ତି ।
ସେହିପରି ରାଷ୍ଟ୍ରପତି ନିଜ ଅଭିଭାଷଣରେ ଆହୁରି କହିଛନ୍ତି, ଭାରତରେ ଇମାନଦାରୀର ସମ୍ମାନ କରୁଥିବା ସରକାର ଅଛି। ପରମ୍ପରା ସହ ଆଧୁନିକତାକୁ ନେଇ ଚାଲୁଥିବା ସରକାର ଅଛି। ଆର୍ଟିକାଲ୍-୩୭୦, ଟ୍ରିପଲ୍ ତଲାକ ସରକାରଙ୍କ ବଡ଼ ଘୋଷଣା ଥିଲା। ସ୍ଥିର ସରକାର ଯୋଗୁଁ ଦେଶ ଆଜି ବଡ଼ ମହାମାରୀର ମୁକାବିଲା କରିପାରିଛି। ଭ୍ରଷ୍ଟାଚାର ଗଣତନ୍ତ୍ରର ସବୁଠାରୁ ବଡ଼ ଶତ୍ରୁ। ସରକାରୀ କାର୍ଯ୍ୟରେ ଭ୍ରଷ୍ଟାଚାର ବନ୍ଦ ପାଇଁ ବଡ଼ ପଦକ୍ଷେପ ନିଆଯାଇଛି।
ସରକାର ବିନା ଭେଦଭାବ କରି ପ୍ରତି ବର୍ଗର ଲୋକଙ୍କ ପାଇଁ ସମାନ ବିଚାର କରିଛନ୍ତି। ଗୁଲାମୀର ପ୍ରତି ଚିହ୍ନ ଓ ମାନସିକତାରୁ ମୁକ୍ତି ଦେବା ପାଇଁ ଆମ ସରକାର ନିରନ୍ତର ଚେଷ୍ଟା ଚଳାଇଛି। ଯାହା ପୂର୍ବରୁ ରାଜପଥ ଥିଲା ତାହା ବର୍ତ୍ତମାନ କର୍ତ୍ତବ୍ୟ ପଥରେ ପରିଣତ ହୋଇଛି। ଆଜି କର୍ତ୍ତବ୍ୟ ପଥରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରୁଛି। ଭାରତୀୟ ସେନାର ପାରମ ବୀର ଚକ୍ର ବିଜେତାଙ୍କ ନାମରେ ଆଣ୍ଡାମାନ ଏବଂ ନିକୋବର ୨୧ଦ୍ୱୀପପୁଞ୍ଜ ମଧ୍ୟ ନାମିତ ହୋଇଛି।
ଗରିବ ପରିବାରକୁ ମାଗଣା ପାଣି ଓ ବିଜୁଳି ମିଳୁଛି । ଖେଲୋ ଇଣ୍ଡିଆ ସେକ୍ଟର ଠାରୁ ପ୍ରତିଭାଙ୍କୁ ଆକର୍ଷିତ କରିବା ଦିଗରେ କାର୍ଯ୍ୟ କରୁଛି ସରକାର । ସୁଗମ ଭାରତ ଜରିଆରେ ଦିବ୍ୟାଙ୍ଗଙ୍କ ପାଇଁ ବିଭିନ୍ନ କାର୍ଯ୍ୟ କରୁଛନ୍ତି ସରକାର । ଏକ ଆତ୍ମ ନିର୍ଭର ସମୃଦ୍ଧ ଭାରତ ନିର୍ମାଣ କରିବାର ଅଛି । ଆଜି ପ୍ରତି ଭାରତୀୟଙ୍କ ପାଖରେ ଆତ୍ମବିଶ୍ୱାସ ବଢିଛି । ସର୍ଜିକାଲ ଷ୍ଟ୍ରାଇକ ସହ ଆତଙ୍କୀକ କଠୋର ପ୍ରହାର ହୋଇଛି । ପ୍ରତିଦିନ ଦେଶରେ ଦୁଇଟି କଲେଜ ନିର୍ମାଣ ହେଉଛି । ପ୍ରତି ସପ୍ତାହରେ ଏକ ବିଶ୍ୱ ବିଦ୍ୟାଳୟ ନିର୍ମାଣ ହୋଉଛି । ୨୦୧୪ରୁ ୨୦୨୨ ଭିତରେ ୨୬୦ରୁ ଅଧିକ ମେଡିକାଲ କଲେଜ ଖୋଲିଛି ସରକାର । ଛାତ୍ରଙ୍କ ପାଇଁ ଗ୍ରାଜୁଏଟ ଏବଂ ପୋଷ୍ଟ ଗ୍ରାଜୁଏଟ ସଂଖ୍ୟା ଦେଶରେ ଏହେ ଦୁଇ ଗଣା । ୨୦୧୪ ସୁଦ୍ଧା ଦେଶରେ ସମୁଦାୟ ୭୫୦ଟି ବିଶ୍ୱବିଦ୍ୟାଳୟ ରହିଥିଲା । କିନ୍ତୁ କେବଳ ଏହି ଶେଷ ୮ ବର୍ଷରେ ସରକାର ୩ଶହ ନୂଆ ବିଶ୍ୱବିଦ୍ୟାଳୟ ନିର୍ମାଣ କରିଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି ।












Click it and Unblock the Notifications