ପ୍ରଧାନମନ୍ତ୍ରୀ ନୁହନ୍ତି ରାଷ୍ଟ୍ରପତି ନୂଆ ସଂସଦ ଭବନ ଉଦଘାଟନ କରିବା ଉଚିତ୍:ରାହୁଲ ଗାନ୍ଧି
ନୂଆଦିଲ୍ଲୀ: ମେ'୨୮ ତାରିଖରେ ନୂଆ ସଂସଦ ଭବନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହାକୁ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନୁହଁନ୍ତି ନୂତନ ସଂସଦ ଗୃହର ରାଷ୍ଟ୍ରପତି ଉଦଘାଟନ କରିବା ଉଚିତ୍।
ସଂସଦ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଏହାକୁ ଉଦଘାଟଣ କରିବାକୁ ପାଇଁ ଅନୁରୋଧ କରିଥିଲେ। ଏନେଇ ସୂଚନା ଗୁରୁବାର ଦିନ ସୂଚନା ଲୋକସେବା ସବାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ।
ରାହୁଲ ଗାନ୍ଧିଙ୍କ ବିବୃତ୍ତିରେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ କଡା ଜବାବ ଦେଇଛନ୍ତି । ସେ କହିଛନ୍ତି, ସଂସଦ ଗୃହ ନିର୍ମାଣ ପାଇଁ ସମସ୍ତ ପ୍ରୟାସ ନରେନ୍ଦ୍ର ମୋଦିଙ୍କର । ରାହୁଲ ଗାନ୍ଧିଙ୍କୁ ନରେନ୍ଦ୍ର ମୋଦିଙ୍କର କୌଣସି ଭଲ କାମ କେବେ ଦେଖାଯାଏ ନାହିଁ ।

ଏହା ପୂର୍ବରୁ ମଧ୍ୟ କଂଗ୍ରେସ ଉଠାଇଥିଲା ପ୍ରଶ୍ନ
ଏହାପୂର୍ବରୁ ସଂସଦ ଗୃହର ଉଦଘାଟନ ତାରିଖକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଥିଲା । ବାସ୍ତବରେ, ମେ 28 ହେଉଛି ବିନାୟକ ଦାମୋଦର ସାବରକରଙ୍କ ଜନ୍ମଦିନ । ଏଭଳି ପରିସ୍ଥିତିରେ ଏହି ତାରିଖ ବାଛିବା ପଛରେ ବିଜେପିର କୌଣସି ରଣନୀତି ରହିଛି କି ବୋଲି ମଧ୍ୟ ପ୍ରଶ୍ନ ଉଠାଇଥିଲା କଂଗ୍ରେସ ।
ନୂତନ ସଂସଦ ଭବନରେ କ'ଣ ରହିଛି
ନୂତନ ସଂସଦର ଲୋକସଭାରେ 888 ସଦସ୍ୟ ଏବଂ ରାଜ୍ୟସଭାରେ 384 ଜଣ ସଦସ୍ୟ ବସିବାର ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନର ସଂସଦ ଗୃହରେ ଲୋକସଭାରେ 550 ସଦସ୍ୟ ଥିବାବେଳେ ରାଜ୍ୟସଭାରେ 250 ଜଣ ବସିବାର ବ୍ୟବସ୍ଥା ରହିଛି।












Click it and Unblock the Notifications