ଦିଲ୍ଲୀ AIIMSକୁ ସ୍ଥାନାନ୍ତର ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଅଧିକ ବିଗିଡିବାରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦିଲ୍ଲୀର ଆର୍ମି ହସ୍ପିଟାଲରୁ AIIMSକୁ ସ୍ଥାନାନ୍ତରିତ କରାଯାଇଛି। ଶନିବାର ଆର୍ମି ହସ୍ପିଟାଲ ଏହି ସୂଚନା ଦେଇଛି ।
ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଅଧିକ ବିଗିଡିବାରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦିଲ୍ଲୀର ଆର୍ମି ହସ୍ପିଟାଲରୁ AIIMSକୁ ସ୍ଥାନାନ୍ତରିତ କରାଯାଇଛି। ଶନିବାର ଆର୍ମି ହସ୍ପିଟାଲ ଏହି ସୂଚନା ଦେଇଛି । ଆର୍ମି ହସ୍ପିଟାଲ ଦ୍ବାରା ଜାରି ବିବୃତ୍ତିରେ କୁହାଯାଇଛି ଯେ ରାଷ୍ଟ୍ରପତିଙ୍କ ଅବସ୍ଥା ସ୍ଥିର ଅଛି କିନ୍ତୁ ତାଙ୍କୁ ଆଉ କିଛି ଦିନ ଅନୁଧ୍ୟାନରେ ରଖାଯିବ । ଏପରି ପରିସ୍ଥିତିରେ ତାଙ୍କୁ AIIMSକୁ ରେଫର୍ କରାଯାଇଛି ।

ଛାତି ଯନ୍ତ୍ରଣା ପରେ ଶୁକ୍ରବାର ସକାଳେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ଦିନ ଡାକ୍ତରଖାନା ସ୍ୱାସ୍ଥ୍ୟ ବୁଲେଟିନ୍ ଜାରି କରି କହିଥିଲା ଯେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଛାତିରେ ଯନ୍ତ୍ରଣା ଅନୁଭବ କରିଛନ୍ତି। ଯାହା ପରେ ତାଙ୍କୁ ଏଠାକୁ ଅଣାଯାଇଥିଲା । ତାଙ୍କର ସମସ୍ତ ରୁଟିନ୍ ଯାଞ୍ଚ କରାଯାଇଛି, ତାଙ୍କ ଅବସ୍ଥା ସ୍ଥିର ଅଛି ଏବଂ ସେ ଡାକ୍ତରଙ୍କ ତତ୍ତ୍ବାବଧାନରେ ଅଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ନେଇଥିଲେ। ପ୍ରଧାନମନ୍ତ୍ରୀ ବର୍ତ୍ତମାନ ବାଂଲାଦେଶ ଗସ୍ତରେ ଅଛନ୍ତି। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତିଙ୍କ ପୁଅଙ୍କ ସହ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ କଥା ହୋଇଥିଲେ ଏବଂ ତାଙ୍କୁ ସୁସ୍ଥ କାମନା କରିଥିଲେ।
ସୂଚାନାଥାଉ କି, ଶୁକ୍ରବାର ଦିନ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଛି। ଗୁରୁବାର ଦିନ ସେ କେନ୍ଦ୍ରମନ୍ତ୍ରୀ ରାମଦାସ ଆଥୱାଲେଙ୍କୁ ଭେଟିଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିଲା। ଶୁକ୍ରବାର ଦିନ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।












Click it and Unblock the Notifications