ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା
ବେଙ୍ଗଲ ପ୍ରଶାସନ ଉପରେ ବର୍ଷିଲେ ରାଷ୍ଟ୍ରପତି । ଦାର୍ଜିଲିଂରେ ସାନ୍ତାଳ ସମ୍ମିଳନାରେ ବ୍ୟାପକ ପ୍ରଶାସନିକ ଅବ୍ୟବସ୍ଥା ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅସନ୍ତୋଷ । ଲୋକମାନେ ତାଙ୍କୁ ଭେଟଙ୍କୁ ବୋଲି ବେଙ୍ଗଲ ପ୍ରଶାସନ ଚାହୁଁନଥିଲା । ସମ୍ମିଳନୀକୁ ମମତା ଦିଦି କାହିଁକି ଆସିଲେ ନାହିଁ ବୋଲି ପ୍ରଶ୍ନ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସାନ୍ତାଳ ସମ୍ମିଳନୀର ସ୍ଥାନ ଚୟନ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ସେ ଖୋଲାଖୋଲି ଭାବେ ନିଜର ମନର ଦୁଃଖ ପ୍ରକାଶ କରିଛନ୍ତି ।

ସାନ୍ତାଳ ସମ୍ମିଳନୀ ପାଇଁ ପ୍ରଶାସନ ଏପରି ଏକ ସ୍ଥାନ ବାଛିଲା ଯେଉଁଠାକୁ ସାଧାରଣ ଲୋକ ପହଞ୍ଚିବା କଷ୍ଟକର ବୋଲି କହିଛନ୍ତି ମହାମହିମ । ସମ୍ମିଳନୀ ଦୂରରେ ହେଉଥିବାରୁ ଅନେକ ଲୋକ ଆସିପାରିଲେ ନାହିଁ, ଯାହା ତାଙ୍କୁ ବହୁତ ଦୁଃଖ ଦେଇଛି । ବୋଧହୁଏ ପ୍ରଶାସନ ଭାବିଥିଲା କେହି ଆସିବେନି ଆଉ ରାଷ୍ଟ୍ରପତି ସେମିତି ଫେରିଯିବେ । ଏହା ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଯେତେବେଳେ ରାଷ୍ଟ୍ରପତି ଆସନ୍ତି, ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନେ ଉପସ୍ଥିତ ରହିବା କଥା । କିନ୍ତୁ ମମତା ଦିଦି ଆସିଲେ ନାହିଁ । ସେ କାହିଁକି ମୋ ଉପରେ ରାଗିଛନ୍ତି ମୁଁ ଜାଣିନି ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ସେପଟେ ରାଷ୍ଟ୍ରପତିଙ୍କ ଅସନ୍ତୋଷ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିର୍ବାଚନ ସମୟରେ ବିଜେପି କଥାରେ ପଡ଼ି ରାଜନୀତି କରନ୍ତୁ ନାହିଁ ବୋଲି କହିଛନ୍ତି । ରାଷ୍ଟ୍ରପତିଙ୍କ ପ୍ରତି ତାଙ୍କର ସମ୍ମାନ ଅଛି, କିନ୍ତୁ ସେ ବିଜେପିର ଏଜେଣ୍ଡାରେ କାମ କରିବା ଉଚିତ୍ ନୁହେଁ । ଏହା ସହ SIR ନୋଇ ପ୍ରଶ୍ନ କରିଛନ୍ତି । ବିଜେପିର 'SIR' ଅଭ୍ୟାସ ଯୋଗୁଁ କେତେ ଆଦିବାସୀ ପ୍ରଭାବିତ ହୋଇଛନ୍ତି ଏବଂ ସେମାନଙ୍କୁ କିଭଳି ବାହାର କରିଦିଆଯାଇଛି, ସେ ବିଷୟରେ ରାଷ୍ଟ୍ରପତି ଜାଣିବା ଉଚିତ୍ ବୋଲି କହିଛନ୍ତି ମମତା । ଏହା ସହ ମଣିପୁରରେ ଆଦିବାସୀଙ୍କ ଉପରେ ଅତ୍ୟାଚାର ବେଳେ ସେତେବେଳେ ଆପଣଙ୍କ ସ୍ବର କାହିଁକି ଶୁଣାଯାଉନଥିଲା ବୋଲି ପ୍ରଶ୍ନ କରିଛନ୍ତି ।
-
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଓ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ; ସେୟାର ବଜାର ବଡ଼ କ୍ରାସ୍, ସେନସେକ୍ସ ୨୪୯୪ ପଏଣ୍ଟ ହ୍ରାସ -
କରୁର ଦଳାଚକଟା; ଅଭିନେତା ତଥା TVK ମୁଖ୍ୟ ବିଜୟଙ୍କୁ CBI ସମନ୍ -
ଆଜି ଗୃହରେ ଲୋକସଭା ବାଚସ୍ପତିଙ୍କ ବିରୋଧରେ ଆଗତ ହେବ ଅନାସ୍ଥା ପ୍ରସ୍ତାବ -
ଭୂମିକମ୍ପ ଝରକାରେ ଥରିଲା ରାଜଧାନୀ ଦିଲ୍ଲୀ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ସମସ୍ତ ଅଏଲ୍ ରିଫାଇନାରୀକୁ ଅଧିକ LPG ଉତ୍ପାଦନ ନିର୍ଦ୍ଦେଶ ଦେଲା ପେଟ୍ରୋଲିୟମ୍ ମନ୍ତ୍ରାଳୟ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଯୁଦ୍ଧ ଭିତରେ ସିଲିଣ୍ଡର ସଙ୍କଟ: ବନ୍ଦ ହେଇପାରେ ହୋଟେଲ-ରେଷ୍ଟୁରାଣ୍ଟ -
ବଦଳିଲା ନିୟମ୨୫ ଦିନ ପରେ ଦ୍ବିତୀୟ ସିଲିଣ୍ଡର ବୁକିଂ -
ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ମାଗିଲା NCERT -
ଆସିଲା ଖୁସି ଖବର, ୫ ଶାବକ ଜନ୍ମଦେଲା ମାଈ ଚିତା ଜ୍ୱାଲା -
୪ଜିଲାକୁ ବିଜୁଳି, ଘଡ଼ଘଡ଼ି ସତର୍କତା












Click it and Unblock the Notifications