୭୬ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆସନ୍ତାକାଲି ଦେଶବାସୀଙ୍କୁ ଉଦ୍ବୋଧନ ଦେବେ ରାଷ୍ଟ୍ରପତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭୬ତମ ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଆସନ୍ତାକାଲି ଦେଶବାସୀଙ୍କୁ ଉଦ୍ବୋଧନ ଦେବେ । ଆକାଶବାଣୀର ସମସ୍ତ ଜାତୀୟ ନେଟ୍ୱାର୍କ ଓ ଦୂରଦର୍ଶନର ସମସ୍ତ ଚ୍ୟାନେଲ୍ ମାଧ୍ୟମରେ ସନ୍ଧ୍ୟା ୭ଟାରେ ପ୍ରଥମେ ହିନ୍ଦୀ ଓ ପରେ ଇଂରାଜୀ ଭାଷାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପ୍ରସାରିତ ହେବ ।

ରାଷ୍ଟ୍ରପତିଙ୍କ ଅଭିଭାଷଣର ଆଞ୍ଚଳିକ ଭାଷାନ୍ତରଣ ଆକାଶବାଣୀର ସମସ୍ତ ଆଞ୍ଚଳିକ ନେଟ୍ୱାର୍କରେ ରାତି ସାଢ଼େ ୯ଟାରେ ପ୍ରସାରଣ କରାଯିବ ।












Click it and Unblock the Notifications