ପୁରୀରେ ମହାମହିମ ରାଷ୍ଟ୍ରପତିଙ୍କ ଶ୍ରୀ ଜଗନ୍ନାଥ ଦର୍ଶନ

ପୁରୀ: ଦୁଇଦିନିଆ ଓଡିଶା ଗସ୍ତରେ ଆସି ମହାମହିମ ରାଷ୍ଟ୍ରପତି ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉମାନଙ୍କ ଦର୍ଶନ କରିଛନ୍ତି। ଆଜି ଅପରାହ୍ନରେ ରାଜଧାନୀ ଭୁବନେଶ୍ବରରେ ପ୍ରଥମେ ଅବତରଣ କରିବା ପରେ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାମହିମ ରାଷ୍ଟ୍ରପତିଙ୍କୁ ସ୍ଵାଗତ କରିଥିଲେ । ଭୁବନେଶ୍ବରରୁ ରାଷ୍ଟ୍ରପତି ପୁରୀ ପ୍ରସ୍ଥାନ କରିଥିଲେ । ରାଜଭବନ(ପୁରୀ)ରୁ ୪ଟା ୫୦ ମିନିଟ ସମୟରେ କଡ଼ା ସୁରକ୍ଷା ମଧ୍ୟରେ ବାହାରି ୧୦ ମିନିଟ୍ ପରେ ସିଂହ ଦ୍ୱାରରେ ପହଁଞ୍ଚିଥିଲେ। ସେଠାରେ ରାଷ୍ଟ୍ରପତିଙ୍କୁ ଶ୍ରମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ୱାଗତ କରାଯାଇଥିଲା। ଏହାପରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଭିତରକୁ ପ୍ରବଶ କରିଥିଲେ। ରାଷ୍ଟ୍ରପତି ଗର୍ଭଗୃହ ନିକଟରୁ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ମା ସୁଭଦ୍ରାଙ୍କୁ ଦର୍ଶନ କରିଥିଲେ। ଏହି ସମୟରେ ତାଙ୍କ ସହିତ ତାଙ୍କ ପତ୍ନୀ ସବିତା କୋବିନ୍ଦ, ଝିଅ ଏବଂ ଅନ୍ୟ ପରିବାର ବର୍ଗ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହା ପରେ ସେମାନେ ମା' ବିମଳା ଓ ଲକ୍ଷ୍ମି ମନ୍ଦିର ଯାଇ ଦର୍ଶନ କରିଥିଲେ।

President of India in Puri

ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ବାହାରି ରାଷ୍ଟ୍ରପତି କୋବିନ୍ଦ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିଥିଲେ। ଏହାପରେ ରାଷ୍ଟ୍ରପତି ରାଜ ଭବନକୁ ଯାଇଥିଲେ। ତାଙ୍କ ସହ ତାଙ୍କ ଧର୍ମପତ୍ନୀ ତଥା ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ ଏବଂ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ମଧ୍ୟ ଥିଲେ।

President of India

ଆସନ୍ତାକାଲି ଶରଧାବାଲିଠାରେ ଗୌଡୀୟ ମିଶନ୍‌ର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତ ସିଦ୍ଧନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭାସଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ପାଳନ ଉତ୍ସବର ରାଷ୍ଟ୍ରପତି ଉଦଘାଟନ କରିବେ। ଏହା ପରେ ସେ ଶ୍ରୀ ଚୈତନ୍ୟ ଗୌଡୀୟା ମଠର ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ଦର୍ଶନ ସମୟରେ ଅପରାହ୍ନ ୪ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ କୌଣସି ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଅନୁମତି ଦିଆଯାଇ ନଥିଲା। ରାଷ୍ଟ୍ରପତିଙ୍କ ଗସ୍ତ ଦ୍ରୁଷ୍ଟିରୁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+