ଭାରତ-ପର୍ତ୍ତୃଗାଲ୍ ସମ୍ପର୍କ ଐତିହାସିକ: ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଲିସ୍‍ବନ୍‍ରେ ପର୍ତ୍ତୃଗାଲ୍‍ ପ୍ରତିପକ୍ଷ ମାର୍ସେଲୋ ରେବେଲୋ ଡି ସୌସାଙ୍କ ସହ ଏକ ପ୍ରତିନିଧି ସ୍ତରୀୟ ଆଲୋଚନା କରିଛନ୍ତି । ଏହା ପରେ ଏକ ମିଳିତ ଗଣମାଧ୍ୟମ ସମ୍ମିଳନୀ ରାଷ୍ଟ୍ରପତି ମୁର୍ମୁ ଭାରତ-ପର୍ତ୍ତୃଗାଲ୍‍ ସମ୍ପର୍କକୁ ଐତିହାସିକ ବୋଲି ବର୍ଣ୍ଣନା କରିଛନ୍ତି, ଯାହା ବର୍ତ୍ତମାନ ଆଧୁନିକ ଏବଂ ବହୁମୁଖୀ ଭାଗିଦାରୀ ଭାବରେ ବିକଶିତ ହେଉଛି ବୋଲି ସେ କହିଛନ୍ତି । ରାଷ୍ଟ୍ରପତି କହିଛନ୍ତି, ଦ୍ୱିପକ୍ଷିକ ସମ୍ପର୍କର ବିଭିନ୍ନ କ୍ଷେତ୍ରରେ ତାଙ୍କ ପର୍ତ୍ତୃଗିଜ୍‍ ପ୍ରତିପକ୍ଷଙ୍କ ସହ ବ୍ୟାପକ ଏବଂ ଗଠନମୂଳକ ଆଲୋଚନା ହୋଇଛି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ପ୍ରଥମ ପର୍ଯ୍ୟାୟ ପର୍ତ୍ତୃଗାଲ୍‍ ଓ ସ୍ଲୋଭାକିଆ ଗସ୍ତରେ ଯାଇ ଆଜି ସକାଳେ ପର୍ତ୍ତୃଗାଲ୍‍ର ଲିସ୍‍ବନ୍‍ରେ ପହଞ୍ôଚଥିଲେ । ତାଙ୍କୁ ପର୍ତ୍ତୃଗାଲ୍‍ ରାଷ୍ଟ୍ରପତି ମାର୍ସେଲୋ ରେବେଲୋ ଡି ସୌସା ସ୍ୱାଗତ କରିଥିଲେ । ପରେ ଲିସ୍‍ବନ୍‍ର ଜିରୋନିମୋସ୍‍ ମୋମଷ୍ଟ୍ରି ଠାରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଗାର୍ଡ ଅଫ୍‍ ଅନର ପ୍ରଦାନ କରାଯାଇଥିଲା । ରାଷ୍ଟ୍ରପତିଙ୍କୁ ୨୧ ତୋପ ସଲାମି ପ୍ରଦାନ କରାଯିବା ପରେ ସେଠାକାର ପ୍ରତିରକ୍ଷା ବାହିନୀ ତାଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ ।

ଶ୍ରୀମତୀ ମୁର୍ମୁ ପର୍ତ୍ତୃଗାଲ୍‍ର ବିଶିଷ୍ଟ କବି ଲୁଇସ୍‍ ଭାଜ୍‍ ଡି କେମୋସ୍‍ଙ୍କ ସମାଧି ସ୍ଥଳରେ ଯାଇ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ପରେ ସେ କର୍ତ୍ତୃଗାଲ ପ୍ରତିପକ୍ଷ ମାର୍ସେଲୋ ରେବେଲୋ ଡି ସୌସାଙ୍କ ସହ ଏକ ପ୍ରତିନିଧି ସ୍ତରୀୟ ଆଲୋଚନା କରିଥିଲେ ।
ପର୍ତ୍ତୃଗାଲ୍‍ ପ୍ରଧାନମନ୍ତ୍ରୀ ଲୁଇସ୍‍ ମଣ୍ଟେନେଗ୍ରୋ ଏବଂ ସଂସଦର ବାଚସ୍ପତି ଜୋସ୍‍ ପେଡ୍ରୋ ଆଗ୍ୱିଆର୍‍-ବ୍ରାଙ୍କୋ'ଙ୍କୁ ମଧ୍ୟ ଶ୍ରୀମତୀ ମୁର୍ମୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

president

ଲିସ୍‍ବନ୍‍ର ମେୟର ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କର୍ତ୍ତୃଗାଲ୍‍ରେ ଥିବା ଭାରତୀୟ ସମ୍ପ୍ରଦାୟଙ୍କ ସହିତ ମତବିନିମୟ କରିବେ । ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଭାରତୀୟ ଗବେଷକଙ୍କୁ ରାଷ୍ଟ୍ରପତି ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି । ଦୀର୍ଘ ୨୭ ବର୍ଷର ବ୍ୟବଧାନ ପରେ ଭାରତର ରାଷ୍ଟ୍ରପତିଙ୍କର ଏହା ହେଉଛି ପ୍ରଥମ ପର୍ତ୍ତୁଗାଲ ଗସ୍ତ । ଉଭୟ ଦେଶ କୂଟନୈତିକ ସମ୍ପର୍କର ୫୦ ବର୍ଷ ପୂର୍ତ୍ତି ପାଳନ କରୁଛନ୍ତି । ରାଷ୍ଟ୍ରପତିଙ୍କର ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାର ଆଶା କରାଯାଇଛି।

ସେହିଭଳି ସ୍ଲୋଭାକିଆ ରାଷ୍ଟ୍ରପତି ପିଟର ପେଲିଗ୍ରିନିଙ୍କ ନିମନ୍ତ୍ରଣ କ୍ରମେ ଆସନ୍ତା ୯ ଏବଂ ୧୦ ତାରିଖରେ ରାଷ୍ଟ୍ରପତି ମୁର୍ମ ୁ ସ୍ଲୋଭାକିଆ ଗସ୍ତରେ ଯିବେ । ସେଠାରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ସ୍ଲୋଭାକିଆ ପ୍ରତିପକ୍ଷ ପିଟର ପେଲିଗ୍ରିନି ଏବଂ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି । ୨୯ବର୍ଷ ପରେ ଭାରତର ରାଷ୍ଟ୍ରପତି ପ୍ରଥମଥର ପାଇଁ ସ୍ଳୋଭାକିଆ ଗସ୍ତରେ ଯାଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+