Get Updates
Get notified of breaking news, exclusive insights, and must-see stories!

ବଦଳିଲେ ୧୦ ରାଜ୍ୟର ରାଜ୍ୟପାଳ, ରାମେନ ଡେକାଙ୍କୁ ଛତିଶଗଡ଼ ଦାୟିତ୍ୱ

New Governors: ଦ୍ରୌପଦୀ ମୁର୍ମୁ ଶନିବାର ପଞ୍ଜାବର ରାଜ୍ୟପାଳ ତଥା କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡ଼ର ବନୱାରିଲାଲ ପୁରୋହିତଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଏହା ସହିତ ସେ ଅନ୍ୟ ରାଜ୍ୟରେ ରାଜ୍ୟପାଳଙ୍କ ନୂତନ ନିଯୁକ୍ତି ନେଇ ମଧ୍ୟ ଘୋଷଣା କରିଛନ୍ତି । ୮୩ ବର୍ଷିୟ ବନୱାରିଲାଲ ପୁରୋହିତ ବ୍ୟକ୍ତିଗତ କାରଣ ଦର୍ଶାଇ ଭାରତ ରାଷ୍ଟ୍ରପତିଙ୍କୁ ଏକ କ୍ଷୁଦ୍ର ଚିଠିରେ ଫେବୃଆରୀରେ ଇସ୍ତଫା ଦେଇଛନ୍ତି। ଏଥିସହିତ ୩ ରାଜ୍ୟର ରାଜ୍ୟପାଳଙ୍କ ପରିବର୍ତ୍ତନ ମଧ୍ୟ କରିଛନ୍ତି ।

ରାଜସ୍ଥାନ, ତେଲେଙ୍ଗାନା, ଝାଡ଼ଖଣ୍ତ, ଛତିଶଗଡ଼, ମେଘାଳୟ, ମହାରଷ୍ଟ୍ର, ମଣିପୁର, କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ଏବଂ ଚଣ୍ତିଗଡ଼ରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି କରାଯାଇଛି । ହରିଭାବୀ କ୍ରିଷ୍ଣରାଓ ବାଗଡେଙ୍କୁ ରାସ୍ଥାନର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି କରାଯାଇଛି । ତେଲୁଙ୍ଗାନାର ରାଜ୍ୟପାଳ ଭାବେ ବିଷ୍ଣୁ ଦେବ ବର୍ମା, ଓମ୍ ପ୍ରକାଶ ମଥୁରଙ୍କୁ ସିକ୍କିମର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ସାନ୍ତୋଷ କୁମାର ଗଙ୍ଗାୱରଙ୍କୁ ଝାଡଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।

Droupadi Murmu

ଛତିଶଗଡର ରାଜ୍ୟପାଳ ହେବେ ଭାବେ ରାମେନ ଡେକା, ସିଏଟ୍ ବିଜୟଶଙ୍କର ମେଘାଳୟର ରାଜ୍ୟପାଳ, ବର୍ତ୍ତମାନ ଝାଡଖଣ୍ଡର ରାଜ୍ୟପାଳ ତଥା ତେଲେଙ୍ଗାନାର ଅତିରିକ୍ତ ଦାୟିତ୍ୱ ତୁଳାଉଥିବା ସିପି ରାଧାକୃଷ୍ଣନ୍ ମହାରାଷ୍ଟ୍ରର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଛନ୍ତି। ବର୍ତ୍ତମାନ ଆସାମର ରାଜ୍ୟପାଳ ଥିବା ଗୁଲାବ ଚାନ୍ଦ ଆତାର୍ଯ୍ୟଙ୍କୁ ପଞ୍ଜାବ ଏବଂ ଚଣ୍ଡିଗଡ଼ର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ସିକ୍କିମର ରାଜ୍ୟପାଳ ଥିବା ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଆସାମର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଛନ୍ତି ଏବଂ ତାଙ୍କୁ ମଣିପୁରର ରାଜ୍ୟପାଳଙ୍କ ଅତିରିକ୍ତ ଦାୟିତ୍। ଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+