ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଫ୍ରାନ୍ସ ରାଷ୍ଟ୍ରପତି, ଜୟପୁରରେ କରାଯିବ ସ୍ବାଗତ
ନୂଆଦିଲ୍ଲୀ: ଏଥର ଗଣତନ୍ତ୍ର ଦିବସରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜାନୁଆରୀ 25 ରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଜୟପୁରରେ ପହଞ୍ଚିବେ, ସେଠାରେ ତାଙ୍କୁ ସ୍ୱାଗତ କରାଯିବ । ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଐତିହାସିକ ହେବାକୁ ଯାଉଛି। ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ସମୟରେ ଉଭୟ ଦେଶ ସାମରିକ-ଶିଳ୍ପ ଭାଗିଦାରୀ ଆରମ୍ଭ କରିବାକୁ ଯାଉଛନ୍ତି। ଯାହା ସ୍ଥାନୀୟ ଉତ୍ପାଦନ ଉପରେ ଦୃଢ଼ ଭାବରେ ଆଧାରିତ ହେବ ।

ଜୟପୁରରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ରାଜକୀୟ ରାତ୍ରୀ ଭୋଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି କିନ୍ତୁ ଖାଦ୍ୟ ଏବଂ ସ୍ଥାନ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫ୍ରାନ୍ସ ଗସ୍ତ ସମୟରେ କରାଯାଇଥିବା କାର୍ଯ୍ୟକ୍ରମ ସହିତ ସମାନ ହେବାର ସମ୍ଭାବନା ରହିଛି । ବିମାନବନ୍ଦରରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କୁ ସ୍ୱାଗତ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଫ୍ରାନ୍ସର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ପାଇଁ ରୋଡ୍ ସୋ ହେବାର ସମ୍ଭାବନା ମଧ୍ୟ ରହିଛି।
ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ କୂଟ ନୈତିକ ପରାମର୍ଶଦାତା ଇମାନୁଏଲ ବୋନେ ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ନିକଟରେ ଦ୍ୱିପାକ୍ଷିକ ସମସ୍ୟା ଏବଂ ବିଶ୍ୱସ୍ତରୀୟ ବିକାଶ ଉପରେ ଆଲୋକପାତ କରିଥିଲେ | ଜାନୁଆରୀ 26 ରେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନ୍ ମୁଖ୍ୟ ଅତିଥି ଭାବରେ ଗଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେବେ | ଜୟଶଙ୍କର 'ଏକ୍ସ'ରେ ଏକ ପୋଷ୍ଟରେ କହିଛନ୍ତି ଯେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ କୂଟନ ନୈତିକ ପରାମର୍ଶଦାତା ଇମାନୁଏଲ୍ ବୋନେଙ୍କୁ ଭେଟି ଖୁସି। ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଥିବା ଶକ୍ତିଶାଳୀ ସମ୍ପର୍କକୁ ନେଇ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।












Click it and Unblock the Notifications