Budget Session: ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଶ୍ରେଷ୍ଠ ଭାରତର ସଙ୍କଳ୍ପ ପାଇଁ ଦେଲେ ଆହ୍ୱାନ

Budget 2024: ସଂସଦର ବଜେଟ ଅଧିବେଶନ ଆଜିଠୁ ଆରମ୍ଭ ହୋଇଯାଇଛି । ଯାହା ଆସନ୍ତା ଫେବ୍ରୁଆରି ୯ ତାରିଖରେ ଶେଷ ହେବ । ସଂସଦରେ ଆସନ୍ତାକାଲି ଅର୍ଥାତ୍ ଫେବ୍ରୁଆରୀ ପହିଲାରୁ କାମଚଳା ବଜେଟ୍ ଉପସ୍ଥାପିତ ହେବ । ଏହା ପୂର୍ବରୁ ଆଜି ଉଭୟ ଲୋକସଭା ଓ ରାଜ୍ୟସଭାକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ରାଷ୍ଟ୍ରପତି ନିଜ ଅଭିଭାଷଣରେ ନୂଆ ଭାରତ, ଶ୍ରେଷ୍ଠ ଭାରତ ସଂକଳ୍ପ ପାଇଁ ଦେଇଛନ୍ତି ଆହ୍ବାନ ।

Droupadi Murmu

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଅଭିଭାଷଣରେ କହିଛନ୍ତି, ବିକାଶ ପଥେ ଆଗେଇ ଚାଲିଛି ଭାରତ, ସରକାର ଲକ୍ଷାଧିକ ନିଯୁକ୍ତି ପ୍ରଦାନ କହିଛନ୍ତି । ବହୁ ପ୍ରତୀକ୍ଷିତ ଆଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ହେବା ସହ ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦର ପ୍ରସଙ୍ଗ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ଐତିହାସିକ ଜି-୨୦ ସମ୍ମିଳନୀ ଆୟୋଜନ କରି ଭାରତ ସାରା ବିଶ୍ୱରେ ଏକ ଉଦାହରଣ ସାଜିଛି । ମହାମହିମ କହିଛନ୍ତି, ବହୁ ଲୋତଙ୍କ ଧୈର୍ଯ୍ୟ, ପ୍ରତୀକ୍ଷା, ତପସ୍ୟାର ଅନ୍ତ ହୋଇଛି ।

ରାଷ୍ଟ୍ରପତି ଆହୁରି କହିଛନ୍ତି, ଭାରତ ପ୍ରଥମ ଥର ଏସୀୟ କ୍ରୀଡ଼ାରେ ୧୦୦ ପଦକ ଜିତିଛି । ସଂସଦରେ ନାରୀଶକ୍ତି ବନ୍ଦନ ଅଧିନିୟମ ପାସ୍ ହୋଇଛି । ୨୫ କୋଟି ଦେଶବାସୀ ଗରିବିରୁ ବାହାରିଛନ୍ତି । ୧ କୋଟି ୪୦ ଲକ୍ଷ ଲୋକ ଜିଏସଟି ଦେଉଥିବା ବେଳେ ୮ କଟି ଆଇଟିଆର୍ ଦାଖଲ କରୁଛନ୍ତି । ଆଜି ଭାରତର ଅର୍ଥ ବ୍ୟବସ୍ଥା ଶ୍ରେଷ୍ଠ ୫ରେ ପହଞ୍ଚିଛି । ପୂର୍ବ ତୁଳନାରେ FDI ଦୁଇଗୁଣା ବୃଦ୍ଧି ହୋଇଛି ଏବଂ ବ୍ୟାକିଂ ସିଷ୍ଟମ ଆଜି ବିଶ୍ବରେ ସବୁଠୁ ଶକ୍ତିଶାଳୀ । ୧ ଲକ୍ଷରୁ ଅଧିକ ଷ୍ଟାର୍ଟ ଅପ୍‌ ବ୍ୟବସ୍ଥା କାମ କରୁଛି । ମେକ୍‌ ଇନ୍‌ ଇଣ୍ଡିଆ ସବୁଠୁ ବଡ଼ ଅଭିଯାନ । ଯୁବଶକ୍ତିଙ୍କ ଅଦ୍ୟମ ଇଚ୍ଛା ଓ କିଛି କରି ଦେଖାଇବାର ସାହସ ବଳରେ ଆଜି ଭାରତର ଅର୍ଥ ବ୍ୟବସ୍ଥା ଶ୍ରେଷ୍ଠ 5ରେ ପହଞ୍ଚି ପାରିଛି ।

ସୀମାବର୍ତ୍ତୀ ଅଞ୍ଚଳରେ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦିଆ ଯାଉଛି । ସୀମାନ୍ତ ଗାଁକୁ ଶେଷ ନୁହେଁ, ପ୍ରଥମ ଗାଁ ଭାବେ ଦେଖୁଛୁ ବୋଲି କହିଛନ୍ତି ରାଷ୍ଟ୍ରପତି । ସ୍ଥିର ସରକାର ଯୋଗୁଁ ବିକାଶ ଦ୍ରୁତଗତିରେ ଆଗେଇ ଚାଲିଥିବା ମହାମହିମ ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+