ସୁପ୍ରିମକୋର୍ଟର ପତାକା ଓ ଚିହ୍ନ ଉନ୍ମୋଚନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ସୁପ୍ରିମକୋର୍ଟର ନୂଆ ପତାକା ଓ ଚିହ୍ନ ଉନ୍ମୋଚନ କରିଛନ୍ତି । ଚଳିତ ଜାତୀୟ ଜିଲ୍ଲା ନ୍ୟାୟପାଳିକା ସମ୍ମିଳନୀରେ ସେ ଉଦବୋଧନ ଦେଇଛନ୍ତି । ଏହି ନୂତନ ପତାକା ଏବଂ ଚିହ୍ନ ଭାରତର ନ୍ୟାୟ ଏବଂ ଗଣତନ୍ତ୍ରର ସଂକେତ ଭାବରେ ସ୍ଥାନ ପାଇଛି ।
ନେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫେସନ୍ ଟେକନୋଲୋଜି ଦ୍ୱାରା ଏହାକୁ ନୂଆ ରୂପ କରାଯାଇଛି । ସୁପ୍ରିମକୋର୍ଟର ନୂଆ ପତାକାରେ ଅଶୋକ ଚକ୍ର, ସର୍ବୋଚ୍ଚ ନ୍ୟାୟାଳୟର ବିଲ୍ଡିଂ ଚିତ୍ର ସହିତ ଭାରତୀୟ ସମ୍ବିଧାନର ପୁସ୍ତକକୁ ସ୍ଥାନ ଦିଆଯାଇଛି । ତେବେ ଦେଶର ପ୍ରଥମ ନାଗରିକ ତଥା ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏହି ନୂଆ ପତାକା ଏବଂ ଚିହ୍ନକୁ ଉନ୍ମୋଚନ କରିଛନ୍ତି ।

ଜିଲ୍ଲା ନ୍ୟାୟପାଳିକାର ନେସନାଲ କନଫରେନ୍ସ ଉତ୍ସବରେ ସୁପ୍ରିମକୋର୍ଟର ନୂଆ ପତାକା ଏବଂ ଚିହ୍ନକୁ ଉନ୍ମୋଚନ କରାଯାଇଛି । ଏହି ଉନ୍ମୋଚନ ସମାରୋହରେ ରାଷ୍ଟ୍ରପତିଙ୍କ ସମେତ ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ମଧ୍ୟ ଉପସ୍ତିତ ରହିଥିଲେ ।ସୁପ୍ରିମକୋର୍ଟ ଦ୍ୱାରା ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀରେ ଭିତ୍ତିଭୂମି, ଅଦାଲତ, ନ୍ୟାୟିକ ନିରାପତ୍ତା, ମାମଲା ପରିଚାଳନା ଏବଂ ପ୍ରଶିକ୍ଷଣ ସମେତ ଜିଲ୍ଲା ନ୍ୟାୟପାଳିକା ପ୍ରସଙ୍ଗରେ ପାଞ୍ଚଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା।
ଗତକାଲି ଏହି ସମ୍ମିଳନୀକୁ ଉଦଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ମହିଳାଙ୍କ ଉପରେ ଅତ୍ୟାଚାର ଏବଂ ଶିଶୁଙ୍କ ସୁରକ୍ଷା ସମାଜ ପାଇଁ ଗଭୀର ଚିନ୍ତାର ବିଷୟ ପାଲଟିଛି। ମହିଳାଙ୍କ ସୁରକ୍ଷା ପାଇଁ ଦେଶରେ ଅନେକ କଠୋର ଆଇନ ପ୍ରଣୟନ କରାଯାଇଛି, କିନ୍ତୁ ଏହାକୁ ଅଧିକ ସକ୍ରିୟ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।












Click it and Unblock the Notifications