ମୋତିଆବିନ୍ଦୁ ଅପରେସନ ପରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ରାଷ୍ଟ୍ରପତି ମୁର୍ମୁ
ଅସ୍ତ୍ରୋପଚାର ସଫଳ ହୋଇଥିଲା ଏବଂ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ।
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଆର୍ମି ହସ୍ପିଟାଲରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୋତିଆବିନ୍ଦୁ ସଫଳ ଅପରେସନ ହୋଇଛି । ଏନେଇ ସୂଚନା ଦେଲେ ରାଷ୍ଟ୍ରପତି ଭବନ ପ୍ରବକ୍ତା । ଅପରେସନ ପରେ ରାଷ୍ଟ୍ରପତି ମୁର୍ମୁଙ୍କୁ ହସ୍ପିଟାଲରୁ ଡିସଚାର୍ଜ ମଧ୍ୟ କରାଯାଇଛି ।

ବ୍ରିଗେଡିଅର ଏସ୍କେ ମିଶ୍ର ତାଙ୍କ ଟିମ ସହିତ ମିଶି ରାଷ୍ଟ୍ରପତିଙ୍କର ମୋତିଆବନ୍ଦୁ ଅସ୍ତ୍ରୋପ୍ରଚାର କରିଥିଲେ । ଅପରେସନର କିଛି ସମୟ ପର୍ଯ୍ୟନ୍ତ ଡାକ୍ତରଙ୍କ ତତ୍ତ୍ବାବଧାନରେ ରହିବା ପରେ ମଧ୍ୟାହ୍ନ 1.30 ସମୟରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା । ସେନା ହସ୍ପିଟାଲ୍ ଆର୍ ଆଣ୍ଡ ଆର୍ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଦିଆଯାଇଛି। ଓଡ଼ିଶା ମୟୂରଭଞ୍ଜର 64 ବର୍ଷୀୟ ମୁର୍ମୂ ଦେଶରେ 15 ତମ ରାଷ୍ଟ୍ରପତି ଚଳିତ ବର୍ଷ ଜୁଲାଇ ମାସ 25 ତାରିଖ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ।












Click it and Unblock the Notifications