ଲୋକଙ୍କ ପ୍ରତି ସମ୍ବେଦନଶୀଳ ହେବାପାଇଁ ଯୁବ ପ୍ରଶାସକଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ

ଆଜି 2020ବ୍ୟାଚର ଯୁବ ଭାରତୀୟ ପ୍ରଶାସନିକ ଅଧିକାରୀଙ୍କୁ ଭେଟିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।175ଜଣ ଯୁବ ଅଧିକାରୀ ରାଷ୍ଟ୍ରପତି ଭବନକୁ ନିମନ୍ତ୍ରିତ ହୋଇଥିଲେ ।

ନୂଆଦିଲ୍ଲୀ: ଆଜି 2020ବ୍ୟାଚର ଯୁବ ଭାରତୀୟ ପ୍ରଶାସନିକ ଅଧିକାରୀଙ୍କୁ ଭେଟିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।175ଜଣ ଯୁବ ଅଧିକାରୀ ରାଷ୍ଟ୍ରପତି ଭବନକୁ ନିମନ୍ତ୍ରିତ ହୋଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଦେଶର କନିଷ୍ଠ ସର୍ବଭାରତୀୟ ଅଧିକାରୀଙ୍କୁ ସମ୍ବୋଧିତ କରିଥିଲେ ରାଷ୍ଟ୍ରପତି ।

president

ରାଷ୍ଟ୍ରପତି କହିଥିଲେ ଦେଶ ସେମାନଙ୍କ ଠାରୁ ଏହା ହିଁ ଆଶା କରେ ଯେ, ସେମାନେ ସମାଜର ସବୁଠୁ ପଛରେ ଥିବା ଶ୍ରେଣୀ ନିକଟରେ ପହଞ୍ଚନ୍ତୁ । ନିଜର ଉତ୍ତର ଦାୟିତ୍ବକୁ ପ୍ରଭାବୀ ଭାବେ ତୁଲାଇବା ସହ ସାଧାରଣ ଲୋକଙ୍କ ପ୍ରତି ସେମାନଙ୍କୁ ସମ୍ବେଦନଶୀଳ ହେବାକୁ ପଡିବ । ସେମାନଙ୍କ ଜୀବନଧାରଣ ମାନଦଣ୍ଡରେ ସୁଧାର ଆଣିବା ପ୍ରତ୍ୟେକ ପ୍ରଶାସନିକ ଅଧିକାରୀଙ୍କ ପ୍ରାଥମିକତା ହେବା ଆବଶ୍ୟକ ବୋଲି ରାଷ୍ଟ୍ରପତି କହିଥିଲେ ।

ପ୍ରଶାସନିକ ଅଧିକାରୀମାନେ ସେମାନେ କାର୍ଯ୍ୟରତ ଥିବା ଅଞ୍ଚଳକୁ ଏକନମ୍ବର ସ୍ଥାନରେ ପହଞ୍ଚାଇବା ପାଇଁ ମିଶନ ମୋଡରେ କାର୍ଯ୍ୟ କରିବା ଉଚିତ । ଲୋକଙ୍କ ପ୍ରତି ସମ୍ବେଦନଶୀଳ ଭାବେ କାର୍ଯ୍ୟ କରି ନିଜ କାର୍ଯ୍ୟକ୍ଷେତ୍ରର ପ୍ରତ୍ୟେକ ଲୋକଙ୍କ ଜୀବନଧାରଣ ମାନରେ ସୁଧାର ଆଣିବା ସମସ୍ତ ଅଧିକାରୀଙ୍କ ପାଇଁ ଗର୍ବର ବିଷୟ ହେବ ବୋଲି ରାଷ୍ଟ୍ରପତି କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+