Get Updates
Get notified of breaking news, exclusive insights, and must-see stories!

ଆସନ୍ତା ୭ରୁ ପର୍ତ୍ତୁଗାଲ ଓ ସ୍ଲୋଭାକିଆ ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ ୭ ତାରିଖରୁ ପର୍ତ୍ତୁଗାଲ ଏବଂ ସ୍ଲୋଭାକିଆକୁ ୪ ଦିନିଆ ରାଜ୍ୟ ଗସ୍ତରେ ଯିବେ। ପର୍ତ୍ତୁଗାଲ ଗସ୍ତ ସମୟରେ ରାଷ୍ଟ୍ରପତି ତାଙ୍କ ପ୍ରତିପକ୍ଷ ମାର୍ସେଲୋ ରିବେଲୋ ଡି ସୋସାଙ୍କୁ ଭେଟି ପ୍ରତିନିଧି ସ୍ତରୀୟ ଆଲୋଚନା କରିବେ। ସେ ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ଲୁଇସ୍ ମଣ୍ଟେନେଗ୍ରୋ ଏବଂ ନ୍ୟାସନାଲ ଆସେମ୍ବ୍ଲିର ଅଧ୍ୟକ୍ଷ ଜୋସ ପେଡ୍ରୋ ଆଗୁଆର-ବ୍ରାଙ୍କୋଙ୍କୁ ମଧ୍ୟ ଭେଟିବେ।

ଦୀର୍ଘ ୨୭ ବର୍ଷର ବ୍ୟବଧାନ ପରେ ଏହି ଗସ୍ତ ହେଉଛି। ଭାରତ ଓ ପର୍ତ୍ତୁଗାଲ କୂଟନୈତିକ ସମ୍ପର୍କ ପୁନଃ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ରାଷ୍ଟ୍ରପତି ଏହି ଗସ୍ତ କରିବେ। ଭାରତ ଏବଂ ପର୍ତ୍ତୁଗାଲ ମଧ୍ୟରେ ଐତିହାସିକ ଏବଂ ବନ୍ଧୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ସମ୍ପର୍କ ରହିଛି ଯାହା ବର୍ଷ ବର୍ଷ ଧରି ଏକ ଆଧୁନିକ, ବହୁମୁଖୀ ଏବଂ ଗତିଶୀଳ ଭାଗିଦାରୀରେ ବିକଶିତ ହୋଇଛି। ଏହି ଗସ୍ତ ପର୍ତ୍ତୁଗାଲ ସହ ଭାରତର ବଢୁଥିବା ସମ୍ପର୍କକୁ ଆହୁରି ତ୍ୱରାନ୍ୱିତ କରିବ ଏବଂ ନୂତନ ଗତି ପ୍ରଦାନ କରିବ।

ଏହି ଗସ୍ତ ପରେ ରାଷ୍ଟ୍ରପତି ପିଟର ପେଲେଗ୍ରିନିଙ୍କ ନିମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ମୁର୍ମୁ ଏପ୍ରିଲ ୯ରୁ ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ସ୍ଲୋଭାକିଆ ଗସ୍ତ କରିବେ। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ପିଟର ପେଲେଗ୍ରିନି ଏବଂ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ସ୍ଲୋଭାକ୍ ରିପବ୍ଲିକର ନ୍ୟାସନାଲ କାଉନସିଲର ବାଚସ୍ପତି ରିଚାର୍ଡ ରାସିଙ୍କୁ ମଧ୍ୟ ସେ ଭେଟିବେ।

President Murmu

ଗତ ୨୯ ବର୍ଷ ମଧ୍ୟରେ ଭାରତର ରାଷ୍ଟ୍ରପତିଙ୍କ ଏହା ପ୍ରଥମ ସ୍ଲୋଭାକିଆ ଗସ୍ତ। ରାଷ୍ଟ୍ରପତିଙ୍କ ଏହି ସରକାରୀ ଗସ୍ତ ସ୍ଲୋଭାକିଆ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଭାରତ ଦେଉଥିବା ଗୁରୁତ୍ୱକୁ ପ୍ରତିଫଳିତ କରୁଛି। ଏହା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ ଓ ବ୍ୟାପକ କରିବାର ସୁଯୋଗ ପ୍ରଦାନ କରିବ। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହ ମଧ୍ୟ ଆଲୋଚନା କରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+