‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର’ ପ୍ରଦାନ କଲେ ରାଷ୍ଟ୍ରପତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ୭ଟି ବର୍ଗରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ୧୭ ଜଣ ଶିଶୁଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି। କଳା ଓ ସଂସ୍କୃତି, ସାହସିକତା, ଉଦ୍ଭାବନ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ସମାଜସେବା, କ୍ରୀଡ଼ା ଓ ପରିବେଶ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ଆସିଥିବା ଏହି ପିଲାମାନଙ୍କୁ ପୁରସ୍କୃତ କରାଯାଇଛି।
ପ୍ରତ୍ୟେକ ପୁରସ୍କାର ବିଜେତାଙ୍କୁ ଗୋଟିଏ ପଦକ, ପ୍ରମାଣପତ୍ର ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଆୟୋଜିତ ସଭାକୁ ସମ୍ବୋଧିତ କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବୀର ବାଲ ଦିବସରେ ସାହିବଜାଦାଙ୍କୁ ଜଣାଇ ତାଙ୍କର ସାହସିକତା ଓ ବଳିଦାନର ସ୍ମୃତି ଚାରଣ କରିଥିଲେ। ଶିଖ୍ ମାନଙ୍କର ଦଶମ ଗୁରୁ ଗୁରୁ ଗୋବିନ୍ଦ ସିଂହଙ୍କ ସାନ ପୁତ୍ରଙ୍କ ଅତୁଳନୀୟ ତ୍ୟାଗ ଏବଂ ସାହସକୁ ସମ୍ମାନ ଜଣାଇ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଏ ବୋଲି ସେ କହିଥିଲେ।

ପୁରସ୍କାର ପାଇଥିବା ପିଲାମାନଙ୍କୁ ଅଭିନନ୍ଦନ ଜଣାଇ ରାଷ୍ଟ୍ରପତି କହିଥିଲେ ଯେ ସେମାନଙ୍କ କାର୍ଯ୍ୟ ଅସାଧାରଣ ଏବଂ ଆଶ୍ଚର୍ଯ୍ୟଜନକ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କର ଅତୁଳନୀୟ ଗୁଣ ରହିଛି ଏବଂ ସେମାନଙ୍କର ସଫଳତା ଦେଶର ସମସ୍ତ ନାଗରିକଙ୍କୁ ପ୍ରେରଣା ଯୋଗାଇବ ବୋଲି ସେ କହିଥିଲେ। ସମସ୍ତ ନାଗରିକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ମାଧ୍ୟମରେ ବ୍ୟାପକ ଭାବେ ଏହି ଉପଲବ୍ଧିଗୁଡ଼ିକୁଜଣାଇବାକୁ ରାଷ୍ଟ୍ରପତି ସମସ୍ତଙ୍କୁ ଅନୁରୋଧ କରିଥିଲେ।












Click it and Unblock the Notifications