Get Updates
Get notified of breaking news, exclusive insights, and must-see stories!

ଚାରି ଓଡ଼ିଆଙ୍କ ସମେତ ୭୧ ବ୍ୟକ୍ତି ବିଶେଷଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ପଦ୍ମ ପୁରସ୍କାର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ୪ ଓଡ଼ିଆଙ୍କ ସମେତ ମୋଟ ୭୧ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ଭବନରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାମାନଙ୍କୁ ସମ୍ମାନୀତ କରିଛନ୍ତି ।

ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀ ଦୁର୍ଗା ଚରଣ ରଣବୀରଙ୍କୁ ପଦ୍ମଶ୍ରୀରେ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି। ଅସାଧାରଣ ନୃତ୍ୟକଳା ପାଇଁ ବେଶ୍ ଜଣାଶୁଣା ଶ୍ରୀ ଦୁର୍ଗା ଚରଣ ରଣବୀର, ଗତ ଚାରି ଦଶନ୍ଧିର କ୍ୟାରିୟରରେ ସେ ଏହି ନୃତ୍ୟର ପ୍ରଚାର ପ୍ରସାର ପାଇଁ ନିଜକୁ ଉତ୍ସର୍ଗ କରିଥିଲେ ଏବଂ ଜଣେ ନୃତ୍ୟଶିଳ୍ପୀ, ପ୍ରଦର୍ଶକ, ଗୁରୁ ଏବଂ କୋରିଓଗ୍ରାଫର ଭାବରେ କାର୍ଯ୍ୟ କରିଥିଲେ । ସମ୍ମାନ ପାଇବା ପରେ ଅର୍ଥାତ ପଦ୍ମଶ୍ରୀ ମିଳିଲା ପରେ ଦୁର୍ଗା ଚରଣ ରଣବୀର କହିଛନ୍ତି, ଗତ ପଚାଶ ବର୍ଷ ହେଲା ନୃତ୍ୟକୁ ଜୀବିକା ଭାବେ ବାଛି ନେଇଥିଲି, ପିଲା ବେଳୁ ମୁଁ ନୃତ୍ୟ ଆରମ୍ଭ କରିଥିଲି । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କଠୁ ବହୁତ ପୁରସ୍କାର ପାଇଛି । ଏହି ଅବସରରେ ସେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ମାନ ସମର୍ପଣ କରିବା ସହ ଓଡ଼ିଶୀକୁ କଦର୍ଥ କରନ୍ତୁ ନାହିଁ କି ମୂଳତତ୍ୱକୁ ଭୁଲନ୍ତୁ ନାହିଁ ବୋଲି ଆଗାମୀ ଯୁବ ପିଢ଼ିକୁ ଆହ୍ୱାନ ଦେଇଛନ୍ତି ।

President honours 71 individuals

ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକତା ସାଙ୍ଗକୁ ଐତିହ୍ୟର ଗଭୀରତାକୁ ମୂର୍ତ୍ତି ନିର୍ମାଣରେ ପ୍ରତିଫଳିତ କରୁଥିବା ପ୍ରସିଦ୍ଧ ମୂର୍ତ୍ତିଶିଳ୍ପୀ ଅଦୈତ ଚରଣ ଗଡ଼ନାୟକ ମଧ୍ୟ ଆଜି ରାଷ୍ଟ୍ରପତିଙ୍କ ଠାରୁ ପଦ୍ମ ପୁରସ୍କାର ଗ୍ରହଣ କରିଛନ୍ତି।

ନ୍ୟୁରୋ ସର୍ଜନ ଭାବେ ପରିଚିତ ତଥା ଦିଲ୍ଲୀ ଏମ୍ସରେ ୪ ଦଶନ୍ଧି ଧରି କାର୍ଯ୍ୟ କରିବା ସହ ଭୁବନେଶ୍ବର ଏମ୍ସର ପ୍ରଥମ ନିର୍ଦ୍ଦେଶକ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କୁ ମଧ୍ୟ ଆଜା ରାଷ୍ଟ୍ରପତି ପଦ୍ମଶ୍ରୀରେ ସମ୍ମାନୀତ କରିଛନ୍ତି। ପୁରୀରେ ଜନ୍ମିତ ଡାକ୍ତର ମହାପାତ୍ର ଏମ୍ସ ରେ ପ୍ରାୟ ୪୨ ବର୍ଷ ଧରି ଚାକିରି ଜୀବନ ବିତାଇବା ପରେ ଏବେ ସୋଆ ବିଶ୍ୱବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟରତ ଅଛନ୍ତି। ସେ ଲକ୍ଷ୍ନୌସ୍ଥିତ ସଞ୍ଜୟଗାନ୍ଧି ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସର ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଡାକ୍ତର ମହାପାତ୍ର ୧୬ଟି ପୁସ୍ତକ ସମେତ ୮୭୦ଟି ଗବେଷଣାତ୍ମକ ପେପର ପ୍ରକାଶିତ କରିଛନ୍ତି। ସେ ପ୍ରାୟ ୧୦କୋଟି ଟଙ୍କା ରିସର୍ଚ୍ଚ ଅନୁଦାନ ଆକାରରେ ମଧ୍ୟ ପାଇଛନ୍ତି ।

ସମ୍ମାନିତ ହେବାପରେ ଡାକ୍ତର ଅଶୋକ କୁମାର ମହାପାତ୍ର କହିଛନ୍ତି ଯେ, "ଭାରତରେ ଚିକିତ୍ସା କ୍ଷେତ୍ରର ସ୍ଥିତି ବହୁତ୍ ଖରାପ। ଯେତେ କହିଲେ ମଧ୍ୟ କମ ପଡ଼ିବ। କିଭଳି ଓଡ଼ିଶା ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଗକୁ ବଢ଼଼ିବ, ସେନେଇ ଆଗକୁ ଆଲୋଚନା କରାଯିବାର ଆବଶ୍ୟକତା ରହିଛି" ବୋଲି କହିଛନ୍ତି ପଦ୍ମଶ୍ରୀ ଅଶୋକ ମହାପାତ୍ର।

ଡ. ପ୍ରତିଭା ଶତପଥୀ ଭାରତୀୟ ସାହିତ୍ୟର ଜଣେ ବିଶିଷ୍ଟ ଓ ଜଣାଶୁଣା କବି, ସମାଲୋଚକ, ଅନୁବାଦକ ଓ ସମ୍ପାଦକ ଏବଂ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ତାଙ୍କର ବହୁମୂଲ୍ୟ ଅବଦାନ ପାଇଁ ଜଣାଶୁଣା ।

ଦେଶର ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଥିବା ବ୍ୟକ୍ତିଙ୍କୁ ଏହି ପଦ୍ମ ସମ୍ମାନ ପ୍ରଦାନ କରାଯାଇଛି । ଆଜି 4 ଜଣଙ୍କୁ ପଦ୍ମ ବିଭୂଷଣ, 10 ଜଣଙ୍କୁ ପଦ୍ମ ଭୂଷଣ ଏବଂ 57 ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି। ପୁରସ୍କାର ପାଇଥିବା ଲୋକଙ୍କ ମଧ୍ୟରେ ଜନସେବା, ଚିକିତ୍ସା, ଶିଳ୍ପ, କଳା, ବିଜ୍ଞାନ, ଚଳଚ୍ଚିତ୍ର ଆଦି ବିଭିନ୍ନ ଜଗତର ଅନେକ ଲୋକ ଅଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+