ସୁଖୋଇ ୩୦ରେ ରାଷ୍ଟ୍ରପତି:ବାୟୁସେନା ପକ୍ଷରୁ ଦିଆଗଲା ଗାର୍ଡ ଅଫ୍ ଅର୍ନର
ଆସାମ: ଯୁଦ୍ଧ ବିମାନ ସୁଖୋଇ ୩୦ରେ ବସି ଉଡ଼ିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଆସାମ ତେଜପୁରରୁ ଏହି ଯୁଦ୍ଧ ବିମାନରେ ଉଡାଣ ଭରିଛନ୍ତି ମହାମହିମ । ସୁଖୋଇ-୩୦ ହେଉଛି ଦେଶର ଅତ୍ୟାଧୁନିକ ଯୁଦ୍ଧ ବିମାନ । ଯାହା ଘଣ୍ଟା ପ୍ରତି ୨ ହଜାର କିମି ବେଗରେ ଗତି କରିପାରେ ।
ଆସାମର ତେଜପୁର ବାୟୁସେନା ଷ୍ଟେସନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ଯାହା ପରେ ରାଷ୍ଟ୍ରପତି ଆଜି ସୁଖୋଇ -30 MKI ଯୁଦ୍ଧ ବିମାନରେ ଉଡ଼ାଣ ଭରିଛନ୍ତି ।

ଆସାମରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ମହାମହିମ ୨ ଦିନିଆ ଆସାମ ଗସ୍ତରେ ଅଛନ୍ତି । ଆଜି ସୁଖୋଇ ୩୦ର କୋପାଇଲଟ ସିଟରେ ବସି ଆକାଶ ମାର୍ଗରେ ଉଡାଣ ଭରିଛନ୍ତି ରାଷ୍ଟ୍ରପତି । ସୁଖୋଇ-୩୦ ହେଉଛି ଭାରତର ଅତ୍ୟାଧୁନିକ ଯୁଦ୍ଧ ବିମାନ ।
#WATCH | President Droupadi Murmu accorded Guard of Honour on her arrival at Tezpur Air Force Station, Assam
President Murmu will make a sortie on the Sukhoi 30 MKI fighter aircraft today. pic.twitter.com/FkbypK23QO
— ANI (@ANI) April 8, 2023
ଏହାପୂର୍ବରୁ ଭାରତର ଅନେକ ରାଷ୍ଟ୍ରପତି ଲଢୁଆ ବିମାନରେ ବସି ଉଡାଣ ଭରିଛନ୍ତି । ୨୦୦୯ରେ ପୂର୍ବତନ ରାଷ୍ଟ୍ରପତି ପ୍ରତୀଭା ପାଟିଲ ଏହି ଯୁଦ୍ଧ ବିମାନରେ ଉଡାଣ ଭରିଥିଲେ ସେହିପରି ଏପିଜେ ଅଦ୍ଦୁଲ କଲାମ ମଧ୍ୟ ସୁପରସୋନିକରେ ବସି ୩୦ମିନିଟ୍ ଧରି ଉଡିଥିଲେ ।












Click it and Unblock the Notifications