ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭକାମନା ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସର‌ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି, 'ମୁଁ ଏହା ଦେଖି ବହୁତ ଖୁସି ଯେ ସମସ୍ତ ଦେଶବାସୀ ୭୮ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ରାଷ୍ଟ୍ରପତି କହିଛନ୍ତି, 'ଆଜି ୧୪ ଅଗଷ୍ଟରେ ଆମ ଦେଶ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରୁଛି।

ଏହା ବିଭାଜନର ଭୟାବହତାକୁ ମନେ ରଖିବାର ଦିନ। ଯେତେବେଳେ ଆମର ମହାନ ରାଷ୍ଟ୍ର ବିଭାଜିତ ହେଲା, ଲକ୍ଷ ଲକ୍ଷ ଲୋକ ସ୍ଥାନାନ୍ତର ହେବାକୁ ବାଧ୍ୟ ହେଲେ। ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ସ୍ୱାଧୀନତା ଦିବସ ପାଳନ କରିବାର ଗୋଟିଏ ଦିନ ପୂର୍ବରୁ, ଆମେ ବୃହତ ମାନବୀୟ ଦୁଃଖଦ ଘଟଣାକୁ ମନେ ପକାଉଛୁ ଏବଂ ଭାଙ୍ଗି ଯାଇଥିବା ପରିବାର ସହିତ ମିଳିତ ହୋଇ ଛିଡା ହୋଇଛୁ।

ଆଜିର ଦିନରେ ଦେଶ ବିଭାଜନ ହୋଇଥିଲା, କ୍ଷତ ମନରୁ ଲିଭିନି ବୋଲି କହିଲେ ରାଷ୍ଟ୍ରପତି । ସେ ଆହୁରି କହିଛନ୍ତି ନିକଟରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଛି । ଏଥିପାଇଁ ମତଦାତା, ସୁରକ୍ଷାକର୍ମୀ, ନିର୍ବାଚନ କମିଶନ ପ୍ରଶଂସାର ପାତ୍ର । ଗରିବୀ ହଟାଇବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି ବୋଲି ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି ।

President Droupadi Murmu

ପ୍ରଧାନମନ୍ତ୍ରୀ ଅନ୍ନ କଲ୍ୟାଣ ଯୋଜନାରେ ମାଗଣା ରାସନ ଦିଆଯାଉଛି । ଜି-୨୦ର ସଫଳ ଆୟୋଜନ କରି ବିଶ୍ବରେ ପରାକାଷ୍ଠା ଦେଖାଇଛି ଭାରତ । ବିବିଧତା ଭିତରେ ଏକତା ରଖି ଆମେ ଆଗକୁ ନିରନ୍ତର ବଢ଼ୁଛୁ । ସାମାଜିକ ନ୍ୟାୟ ସରକାରଙ୍କର ପ୍ରାଥମିକତା ହୋଇଛି ବୋଲି କହିଛନ୍ତି ରାଷ୍ଟ୍ରପତି ।

ମହିଳାଙ୍କୁ କେବଳ ସମାନତା ନୁହେଁ ଉପରକୁ ଉଠିବାକୁ ପ୍ରାଥମିକତା ମିଳୁଛି । ଏଥିପାଇଁ ବଜେଟ୍‌ରେ ସ୍ବତନ୍ତ୍ର ବ୍ୟୟବରାଦ କରାଯାଇଛି ନାରୀ ସଶକ୍ତୀକରଣ ପାଇଁ ନାରୀଶକ୍ତି ବନ୍ଦନ ଲାଗୁ କରିଛୁ । ଯୁବ ପ୍ରତିଭାଙ୍କୁ ରୋଜଗାର ଯୋଗାଇବାକୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଡିଜିଟାଲ ଟେକ୍ନୋଲୋଜିକୁ ଆଜି ଅନ୍ୟ ଦେଶ ଟାମ୍ପଲେଟ ମାନିଲେଣି ବୋଲି ରାଷ୍ଟ୍ରପତି କହିଛନ୍ତି ।

ସ୍ୱାଧୀନତା ଅଭିଭାଷଣରେ ଖେଳାଳିଙ୍କୁ ରାଷ୍ଟ୍ରପତିଙ୍କ ଉଚ୍ଚ ପ୍ରଶଂସା । ପ୍ୟାରିସ ଅଲିମ୍ପିକ୍ସରେ ଭାରତ ବେଶ ଭଲ ପ୍ରଦର୍ଶନ କରିଛି । ଟି-୨୦ରେ ଭାରତୀୟ କ୍ରିକେଟ ଦଳ ମଧ୍ୟ ବିଶ୍ୱ ଚାମ୍ପିଅନ ହୋଇଛି । ସବୁ ବର୍ଗର ଖେଳାଳିଙ୍କୁ ମୁଁ ଏଥିପାଇଁ ବଧେଇ ଜଣାଉଛି ବୋଲି କହିଛନ୍ତି ରାଷ୍ଟ୍ରପତିା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+