୧୧ ଜଣ ପିଲାଙ୍କୁ ଜାତୀୟ ଶିଶୁ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦିନ ଅର୍ଥାତ୍ ଜାନୁଆରୀ ୨୩ରେ ଦେଶର ୧୧ ଜଣ ପିଲାଙ୍କୁ ଅସାଧାରଣ ସଫଳତା ପାଇଁ ପ୍ରଧାନ ମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ୨୦୨୩ ପ୍ରଦାନ କରିବେ ।

President Droupadi Murmu

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦିନ ଅର୍ଥାତ୍ ଜାନୁଆରୀ ୨୩ରେ ଦେଶର ୧୧ ଜଣ ପିଲାଙ୍କୁ ଅସାଧାରଣ ସଫଳତା ପାଇଁ ପ୍ରଧାନ ମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ୨୦୨୩ ପ୍ରଦାନ କରିବେ । ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର PMRBP ବିଜେତାମାନଙ୍କ ସହ ଆଲୋଚନା କରିବେ ।

ଏକ ସରକାରୀ ବିବୃତ୍ତି ଅନୁଯାୟୀ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ମହିଳା ଏବଂ ଶିଶୁ ବିକାଶ ରାଜ୍ୟ ମନ୍ତ୍ରୀ ମଞ୍ଜୁପାରା ମହେନ୍ଦ୍ରଭାଇ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ଏବଂ ବିଜେତା ପିଲାମାନଙ୍କୁ ଅଭିନନ୍ଦନ ଜଣାଇବେ ।

ରାଷ୍ଟ୍ରପତି ବାଲ ପୁରସ୍କର ଗ୍ରହଣ କରିଥିବା ପିଲାମାନଙ୍କ ମଧ୍ୟରେ ୧୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୬ ଜଣ ବାଳକ ଏବଂ ପାଞ୍ଚ ଜଣ ବାଳିକା ଅଛନ୍ତି । ପ୍ରତ୍ୟେକ ବିଜେତାଙ୍କୁ ପଦକ ଏବଂ ୧ ଲକ୍ଷ ଟଙ୍କା ନଗଦ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରାଯିବ।

ସୂଚନାନୁସାରେ, ଚଳିତ ବର୍ଷ କଳା ଓ ସଂସ୍କୃତି କ୍ଷେତ୍ରରେ ଅତୁଳନୀୟ ସଫଳତା ପାଇଁ, ସାହସିକତା ପାଇଁ ଗୋଟେ ଦୁଇଟି ନୂତନତ୍ୱ ପାଇଁ, ଗୋଟିଏ ସାମାଜିକ ସେବା ପାଇଁ ଏବଂ ତିନିଟି କ୍ରୀଡ଼ା କ୍ଷେତ୍ରରେ ସଫଳତା ପାଇଁ ପ୍ରଦାନ କରାଯିବ।

କ'ଣ ପାଇଁ ଦିଆଯାଏ ଏହି ପୁରସ୍କାର ?
କେନ୍ଦ୍ର ସରକାରଙ୍କ ତରଫରୁ ପିଲାମାନଙ୍କୁ ସେମାନଙ୍କର ଅସାଧାରଣ ସଫଳତା ପାଇଁ PMRBP ପୁରସ୍କାର ପ୍ରଦାନ କରାଯାଏ । କଳା ଏବଂ ସଂସ୍କୃତି, ସାହସିକତା, ଶିକ୍ଷା, ସାମାଜିକ ସେବା ଏବଂ କ୍ରୀଡା କ୍ଷେତ୍ରରେ ସେମାନଙ୍କର ଅତୁଳନୀୟ ସଫଳତା ପାଇଁ ପାଞ୍ଚରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ଏହି ପୁରସ୍କାର ଦିଆଯାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+