ମେ'୧ ତାରିଖରେ ରାମଲାଲାଙ୍କ ଦର୍ଶନ କରିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ

President Droupadi Murmu Ayodhya Visit: ବୁଧବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଯୋଧ୍ୟା ଗସ୍ତ କରିବେ । ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତି ଅନୁସାରେ, ରାଷ୍ଟ୍ରପତି ମେ'୧ ତାରିଖରେ ଅଯୋଧ୍ୟା ଗସ୍ତ କରିବେ । ବୁଧବାର ଅପରାହ୍ନ ୪ଟାରେ ମହାରାଣୀ ବାଲ୍ମୀକି ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ୱତନ୍ତ୍ର ବିମାନ ଯୋଗେ ଅଯୋଧ୍ୟା ପବଞ୍ଚିବେ ।

President Droupadi Murmu

ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଥର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଯୋଧ୍ୟା ଗସ୍ତରେ ଯାଇ ରାମଲଲାଙ୍କ ଦର୍ଶକ କରିବେ । ସେ ହନୁମାନଗରୀ ମନ୍ଦିରରେ ଦର୍ଶନ ଏବଂ ଆଳତୀ ମଧ୍ୟ କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବୁଧବାର ଅପରାହ୍ନ ୪ଟାରେ ମହାରାଜା ବାଲ୍ମୀକି ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଅଯୋଧ୍ୟାରେ ପହଞ୍ଚିବେ ।

ଏହାପରେ ରାମ ମନ୍ଦିର ୧୧ ନମ୍ବର ଗେଟ୍ ଦେଇ ସିଧା ପ୍ରବେଶ ଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବେ ।
ଏହି ସମୟରେ ରାଷ୍ଟ୍ରପତି କୁବେର ଟିଲାଙ୍କୁ ମଧ୍ୟ ଯିବେ । ଅଯୋଧ୍ୟା ଗସ୍ତ ସମୟରେ ରାଷ୍ଟ୍ରପତି ସରଜୁ ନଦୀରେ ଆଳତୀ ଏବଂ ପୂଜାର୍ଚ୍ଚନା କରିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+