ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଫିଜିର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ
ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନ। ଫିଜି ଗସ୍ତ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଆୟୋଜିତ ପାରମ୍ପରିକ ସ୍ୱାଗତ ସମାରୋହରେ ତାଙ୍କୁ ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନ - କମ୍ପାନିଅନ୍ ଅଫ୍ ଦି ଅର୍ଡର ଅଫ୍ ଫିଜି ପ୍ରଦାନ କରାଯାଇଛି। ପରେ ରାଷ୍ଟ୍ରପତି ଫିଜି ସଂସଦକୁ ସମ୍ବୋଧିତ କରିଥିଲେ। ରାଷ୍ଟ୍ରପତି କହିଥିଲେ ଯେ ଆମ ଆକାରରେ ବ୍ୟାପକ ପାର୍ଥକ୍ୟ ଥିଲେ ମଧ୍ୟ ଉଭୟ ଭାରତ ଏବଂ ଫିଜି ମଧ୍ୟରେ ଗଣତନ୍ତ୍ର ସମେତ ଅନେକ ସାମଞ୍ଜସ୍ୟ ରହିଛି।
ସେ କହିଛନ୍ତି ଯେ ଭାରତ ବିଶ୍ୱ ମଞ୍ଚରେ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭା ହେଉଥିବା ବେଳେ ଆମେ ଫିଜି ସହ ଭାଗିଦାରୀ କରିବାକୁ ପ୍ରସ୍ତୁତ। ଫିଜିର ପ୍ରାଥମିକତାକୁ ଭିତ୍ତିକି ଦେଶକୁ ଅଧିକ ସଶକ୍ତ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ମୁର୍ମୁ ଫିଜିରେ ପହଞ୍ଚିବା ପରେ ତାଙ୍କୁ ସେଠାକାର ରାଷ୍ଟ୍ରପତି କାଟୋନିଭେରେ ଷ୍ଟେଟ ହାଉସରେ ସ୍ୱାଗତ କରିଥିଲେ। ସେଠାରେ ଉଭୟଙ୍କ ପକ୍ଷରେ ଦୀର୍ଘ ସମୟ ଧରି ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା।

ଏହାପରେ ରାଷ୍ଟ୍ରପତି ମୁର୍ମୁ ଫିଜିର ପ୍ରଧାନମନ୍ତ୍ରୀ ସିଟିଭେନି ରାବୁକାଙ୍କ ସହ ମଧ୍ୟ ଦୁଇ ଦେଶର ସମ୍ପର୍କ କେମିତି ଅଧିକ ସଶକ୍ତ ହେବେ, ସେ ସମ୍ପର୍କରେ ବିସ୍ତୃତ ଭାବେ କଥା ହୋଇଛନ୍ତି। ଏଥିସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫିଜିରେ ରହୁଥିବା ଭାରତୀୟ ଲୋକଙ୍କୁ ମଧ୍ୟ ସମ୍ବୋଧନ କରିଛନ୍ତି। ଏହି ସମୟରେ 'Companion of the Order of Fiji' ପାଇଁ ସେ ଫିଜିକୁ ଧନ୍ୟବାଦ ଜଣାଇଛନ୍ତି।












Click it and Unblock the Notifications